ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ

Advertisment
ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ

ଭୁବନେଶ୍ୱର: ଏଥର ରଜ ବଜାର ସରଗରମ ହୋଇଗଲାଣି। ୨୦୧୮ ରଜ ବଜାରରେ କେତେକ ଟପ୍‌ ନାୟକଙ୍କୁ ପରଦା ଉପରେ ମିସ୍‌ କରିବେ ସିନେପ୍ରେମୀ। ରଜରେ ଅନୁଭବଙ୍କୁ ଦେଖିବାପାଇଁ ଦର୍ଶକ ଆଗ୍ରହ ଦେଖାଇଥାନ୍ତି । ହେଲେ ଏହି ନାୟକଙ୍କର କୌଣସି ଫିଲ୍ମ ରିଲିଜ୍‌ ହେଉ ନାହିଁ।

publive-image

ଗତ କିଛି ବର୍ଷ ଧରି ରଜ ବଜାରରେ ନିୟମିତ ଭାବେ ନଜର ଆସୁଥିଲେ ଓଲିଉଡ ସୁପରଷ୍ଟାର୍‌ ଅନୁଭବ ମହାନ୍ତି। ୨୦୧୫ ରଜ ବଜାରରେରେ ରିଲିଜ୍‌ ହୋଇଥିବା ଗପ ହେଲେ ବି ସତ, ୨୦୧୬ରେ ଅଗସ୍ତ୍ୟ, ୨୦୧୭ରେ ଅଭୟ ରେ ନଜର ଆସିଥିଲେ ଅନୁଭବ।  ୨୦୧୮ ରଜ ବଜାର ରେ ଅନୁଭବଙ୍କ ଅଭିନୀତ କୌଣସି ବି ସିନେମା ମୁକ୍ତିଲାଭ କରୁ ନାହିଁ। ସେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଅନ୍ୟ ଏକ ରଜ ସିନେମା ‘ପ୍ରେମ କୁମାର’ ରେ କାମ କରୁଥିଲେ। କିନ୍ତୁ ଏହା କାମ ରିଲିଜ୍‌ ହେଲା ନାହିଁ । ଫଳତଃ ଅନୁଭବଙ୍କ କୌଣସି ବି ଫିଲ୍ମ ରିଲିଜ୍‌ ହେଉ ନାହିଁ ଏଥର ରଜରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe