କେବେ ବନିବେ ଏମାନେ ଅନୁଭବଙ୍କ ନାୟିକା!

Advertisment
କେବେ ବନିବେ ଏମାନେ ଅନୁଭବଙ୍କ ନାୟିକା!

ଭୁବନେଶ୍ୱର : ବର୍ଷା , ଅର୍ଚ୍ଚିତା, ଏଲିନା, ଝିଲିକ୍‌ , ରୀୟା,ଭୂମିକା ଓ ଶୀତଲ୍‌ ପ୍ରମୁଖ ନାୟିକାମାନେ ଓଲିଉଡରେ ଟପ୍‌ରେ ଅଛନ୍ତି ।ଏମାନଙ୍କ ମଧ୍ୟରୁ ପ୍ରଥମ ଚାରି ଜଣଙ୍କୁ ଓଲିଉଡର ଆଗଧାଡ଼ିର ନାୟକ ଅନୁଭବଙ୍କ ସାଥ୍‌ ମିଳିଛି। ଅର୍ଥାତ୍‌ ଏମାନେ ଅନୁଭବଙ୍କ ବିପକ୍ଷରେ କେତେକ ସିନେମାରେ ନାୟିକା ବନିଛନ୍ତି।

ବର୍ଷା ତ ଅନୁଭବଙ୍କର ବାସ୍ତବ ଜୀବନର ନାୟିକା। ତାଙ୍କ ସହ ସେ ଅନେକ ସିନେମାରେ କାମ କରିଛନ୍ତି, ଯାହାର ତାଲିକା ଦେବା ଅନାବଶ୍ୟକ। ଅନ୍ୟପକ୍ଷରେ ଅର୍ଚ୍ଚିତା ଅନୁଭବଙ୍କ ସହିତ ‘ଧନରେ ରଖିବୁ ଶପଥ ମୋର’, ‘ତୋ ବିନା ମୋ’ କାହାଣୀ ଅଧା’ ଓ ‘ଆକାଶେ କି ରଙ୍ଗ ଲାଗିଲା’ ଆଦି ଓଡ଼ିଆ ଛବିରେ କାମ କରିଛନ୍ତି। ଠିକ୍‌ ସେହିପରି ଝିଲିକ୍‌ ‘ଅଗସ୍ତ୍ୟ’ ଓ ‘ବେବି’ରେ ଅନୁଭବଙ୍କ ନାୟିକା ବନିଥିବା ବେଳେ ଏଲିନା ‘ଜଗା ହାତରେ ପଘା’ ଓ ‘ଅଭୟ’ରେ ରୋମାନ୍‌ସ କରିବା ପରେ ପୁଣି ତାଙ୍କ ସହିତ ‘କାବୁଲା-ସର୍ଚ୍ଚିଂ ଫର୍‌ ଲୈଲା’ରେ ବି କାମ କରିଛନ୍ତି।

publive-image

ଏଣେ ଶୀତଲ୍‌ ଓଲିଉଡ୍‌ରେ ପାଖାପାଖି ତିନିବର୍ଷ ହେବ କାମ କରିଲେଣି ଏବଂ ବେଶ୍‌ କେତୋଟି ସିନେମାରେ ନାୟିକା ଭୂମିକାରେ ଅଭିନୟ କରି ବେଶ୍‌ ଚର୍ଚ୍ଚିତା ହୋଇଛନ୍ତି। କିନ୍ତୁ ଅନୁଭବଙ୍କ ବିପକ୍ଷରେ କୌଣସି ବି ସିନେମାରେ ତାଙ୍କୁ ଏଯାବତ୍‌ ସୁଯୋଗ ମିଳିନାହିଁ। ଶୀତଲ୍‌ କେବଳ ବାବୁସାନ୍‌ ଓ ଅରିନ୍ଦମ୍‌ଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ଦେଖାଯାଉ, କେବେ ଅନୁଭବ-ଶୀତଲଙ୍କ ଯୋଡ଼ି ପରଦାକୁ ଆସୁଛନ୍ତି।

publive-image
ଠିକ୍‌ ସେହିପରି ରୀୟା ଦେ ବି ପ୍ରାୟ ଆଠ ବର୍ଷ ହେବ ଓଲିଉଡରେ ସକ୍ରିୟ। ସେ ବାବୁସାନ୍‌,ସବ୍ୟସାଚୀ , ଆକାଶ ଏବଂ ଅରିନ୍ଦମ୍‌ ପ୍ରମୁଖ ନାମୀ ନାୟଙ୍କ ନାୟିକା ବନିଛନ୍ତି ,ମାତ୍ର ଏଯାବତ୍‌ ଗୋଟିଏ ବି ସିନେମାରେ ଅନୁଭବଙ୍କ ସାଥ୍‌ ପାଇ ନାହାନ୍ତି ରୀୟା। ଅପରପକ୍ଷରେ ଗତ ବର୍ଷ ‘ତୁ ମୋ’ ଲଭଷ୍ଟୋରି’ ଏବଂ ‘ହିରୋ ନଂ ୧’ରେ ନାୟିକା ଭୂମିକାରେ ନଜର ଆସିଥିବା ଭୂମିକା ବି ଏଯାବତ୍‌ ଅନୁଭବଙ୍କ ବିପକ୍ଷରେ ନାୟିକା ହୋଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe