ଜୀ ସାର୍ଥକରେ ଅନୁଭବଙ୍କ ନୂଆ ଗେମ୍ ସୋ ‘‘ଦାଦାଗିରି’’

Advertisment
ଜୀ ସାର୍ଥକରେ ଅନୁଭବଙ୍କ ନୂଆ ଗେମ୍ ସୋ ‘‘ଦାଦାଗିରି’’

ଭୁବନେଶ୍ବର : ଓଲିଉଡ ସୁପର୍‌ଷ୍ଟାର୍ ଅନୁଭବଙ୍କ ନୂଆ ଟିଭି ରିୟାଲିଟି ଗେମ୍‌ ସୋ’ ‘ଦାଦାଗିରି’ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଜାନୁଆରି ୧୫ ତାରିଖ ରାତି ୯ଟା ରେ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ଏହି କାର୍ଯ୍ୟକ୍ରମ। ଏଥିରେ ଅନୁଭବଙ୍କ ସହିତ ଭାଗ ନେବେ ଓଡ଼ିଶାର ୩୦ଟି ଜିଲ୍ଲା ଏବଂ ତାଙ୍କ ସହିତ କରିବେ ଦାଦାଗିରି ହୃଦୟରୁ।

ଜୀ ସାର୍ଥକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଦର୍ଶକମାନଙ୍କୁ ସାଥୀରେ ସବୁବେଳେ ଥାଏ। ଦର୍ଶକମାନଙ୍କ ପାଇଁ ଦର୍ଶକମାନଙ୍କ ସହ ମିଶି ଏହିପରି ଏକ ନୂଆ ମେଗା ରିଅଲିଟି ଶୋ’ ‘ଦାଦାଗିରି’ର ପରିକଳ୍ପନା କରିଛି। ପ୍ରସବୁବେଳେ ବଡ଼ ପରଦାରେ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖୁଥିବା ଦର୍ଶକ ଏବେ ଛୋଟ ପରଦାରେ ସେହି ସୁଯୋଗ ପାଇବେ। ଏହି ସୋ’ ସମ୍ପର୍କରେ ଚ୍ୟାନେଲ ମୁଖ୍ୟ ଅର୍ଘ୍ୟ ରାୟଚୌଧୂରୀ କହିଛନ୍ତି ଯେ ଏହି ନିଆରା ରିଆଲିଟି ଗେମ ସୋ’ ‘‘ଦାଦାଗିରି’’ ହୃଦୟରୁ ନିଶ୍ଚିତ ଭାବରେ ଦର୍ଶକଙ୍କ ମନକୁ ଛୁଇଁବ ଓ ସେମାନଙ୍କୁ ପ୍ରଭାବିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe