ବଡ଼ ପରଦାରେ ଅନୁଗୁଳିଆ ବଣ୍ଟି

Advertisment
ବଡ଼ ପରଦାରେ ଅନୁଗୁଳିଆ ବଣ୍ଟି

ଅନୁଗୁଳିଆ ବଣ୍ଟି ଏକାଧାରରେ ଜଣେ କଣ୍ଠଶିଳ୍ପୀ ଓ ଅଭିନେତା। ଦର୍ଶକଙ୍କ ଆଖିରେ ଏଇ ଚେହେରାଟି ବେଶ୍ ପରିଚିତ ହେଇଥିଲା ‘ଗୁଆ ଘିଅ’ ଗୀତଦୃଶ୍ୟରେ। ଏବେ ସେ ବଡ଼ ପରଦାକୁ ପାଦ ବଢ଼େଇଛନ୍ତି। ନୂଆ ଚଳଚ୍ଚିତ୍ର ‘ସଦର ଥାନାରୁ ଇନ୍ସପେକ୍ଟର ସନା’ରେ ବଣ୍ଟି ନାୟକ ସାଜିଥିବା ବେଳେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅର୍ଚ୍ଚିତା ମହାନ୍ତିି। ଏ ଦୁହିଙ୍କ ବ୍ୟତୀତ କାହାଣୀର ପ୍ରମୁଖ ଭୂମିକାରେ ଅଛନ୍ତି ହରିହର ମହାପାତ୍ର, ଅଶୋକ ଦାସ, ସୁଶୀଲ ବାରିକ, ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଅନିମେଶ ପଣ୍ଡା, ଅଭିଷେକ ପଣ୍ଡା, ଦାମିନୀ, ପ୍ରୀତିରଂଜନ, ବାପି, ରାଜୁ ଦାସ, ଶାନ୍ତନୁ ଓ ସ୍ବାତୀ। ଚଳଚ୍ଚିତ୍ରଟିରେ ଅନୁଗୁଳିଆ ବଣ୍ଟିଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସେ ସିରିଓ କମେଡି ଚରିତ୍ରରେ ଦର୍ଶକଙ୍କ ନଜରକୁ ଆସିବେ। ଏସ୍ ଏସ୍ କ୍ରିଏଟିଭ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ର ‘ସଦର ଥାନାରୁ ଇନ୍ସପେକ୍ଟର ସନା’ର ଏବେ ସୁଟିଂ ଚାଲିଛି। ସୁଶୀଲ କୁମାର ବାରିକ ଓ ସୁଦୀପ୍ତ ଷ୍ଟାଲିନ୍ ମହାପାତ୍ର ଏବଂ ଲାଇନ୍ ପ୍ରଯୋଜକ ଦୀପକ ଜେନାଙ୍କ ପ୍ରଯୋଜିତ ଏଇ ସିନେମାର କାହାଣୀ ପରିକଳ୍ପନା, ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ରଚନା ତଥା ନିର୍ଦ୍ଦେଶନା ଦେଉଛନ୍ତି ରାଜା ଡି। ଏଥିରେ ସଙ୍ଗୀତ ସଜାଇଛନ୍ତି ଅସାଦ ନିଜାମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe