ବିଳମ୍ବରେ ଲୋକପ୍ରିୟ ହୋଇଥିଲେ ଭଲ ହୋଇଥାନ୍ତା‌; କାହିଁକି ଏଭଳି କହିଲେ ଭଜନ ସମ୍ରାଟ

Advertisment

ଭଜନ ସମ୍ରାଟ ଅନୁପ ଜଲୋଟା 'ସାହିତ୍ୟ ଆଜ ତକ' ୨୦୨୪ର ପ୍ରଥମ ଅତିଥି ହୋଇଥିଲେ | ସେ ସଙ୍ଗୀତ ଶିଖିବାର ଯାତ୍ରା ବିଷୟରେ କହିଥିଲେ। ଏହି ସମୟରେ ସେ ତାଙ୍କ ସଂଘର୍ଷ ବିଷୟରେ କହିବା ସହ ବିଳମ୍ବରେ ଲୋକପ୍ରିୟ ହୋଇଥିଲେ ଭଲ ହୋଇଥାନ୍ତା‌ ବୋଲି କହିଥିଲେ।

ଭଜନ ସମ୍ରାଟ ଅନୁପ ଜଲୋଟା 'ସାହିତ୍ୟ ଆଜ ତକ' ୨୦୨୪ର ପ୍ରଥମ ଅତିଥି ହୋଇଥିଲେ | ସେ ସଙ୍ଗୀତ ଶିଖିବାର ଯାତ୍ରା ବିଷୟରେ କହିଥିଲେ। ଏହି ସମୟରେ ସେ ତାଙ୍କ ସଂଘର୍ଷ ବିଷୟରେ କହିବା ସହ ବିଳମ୍ବରେ ଲୋକପ୍ରିୟ ହୋଇଥିଲେ ଭଲ ହୋଇଥାନ୍ତା‌ ବୋଲି କହିଥିଲେ।

EWR

ମୁମ୍ବାଇ: ସାହିତ୍ୟର ମହାକୁମ୍ଭ 'ସାହିତ୍ୟ ଆଜତକ୍'ର ୩ଦିନିଆ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଯାଇଛି | ପ୍ରଥମ ଅତିଥି ଭାବେ ଯୋଗ ଦେଇ ଭଜନ ସମ୍ରାଟ ଅନୁପ ଜାଲୋଟା ମା’ ସରସ୍ୱତୀ ଏବଂ ପ୍ରଭୁ ଗଣେଶଙ୍କ ଭଜନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଗୀତ ଗାଇବା ସହ ସେ ନିଜ ସଂଘର୍ଷ ବିଷୟରେ ଉପସ୍ଥିତ ଅତିଥିଙ୍କୁ ଜଣାଇଥିଲେ। ଏହା ସହ ଶୀଘ୍ର ଲୋକପ୍ରିୟ ହୋଇଯାଇଥିବାରୁ ସେ ଦୁଃଖିତ ଥିବା ମଧ୍ୟ କହିଥିଲେ।

ସଙ୍ଗୀତ ଶିଖିବା ଏବଂ ତାଙ୍କ ସଂଘର୍ଷ ବିଷୟରେ କହିବାକୁ ଯାଇ ଅନୁପ ଜଲୋଟା ଜଣାଇଥିଲେ ଯେ, "ଅଭିଧାନରୁ ସଂଘର୍ଷ ଶବ୍ଦ ହଟାଯିବା ଉଚିତ୍ | କାରଣ ତାହା ହେଉଛି ତାଲିମ ଅବଧି | ସେହି ସମୟରେ ଆମେ ଯାହା ଶିଖିଥାଉ ଭବିଷ୍ୟତରେ ଆମ ପାଇଁ ତାହା ଉପଯୋଗୀ ହୁଏ | ମୁଁ ଦୁଃଖିତ ଯେ ମୁଁ ଶୀଘ୍ର ଲୋକପ୍ରିୟ ହୋଇଗଲି | ମୁଁ ଆରମ୍ଭରୁ ମୋ ବାପାଙ୍କଠାରୁ ସଙ୍ଗୀତ ଶିଖୁଥିଲି | ହଠାତ୍ ମୋର ଗୋଟିଏ ଆଲବମ୍ ହିଟ୍ ହେଲା, ଯାହାର ନାମ ଥିଲା 'ଭଜନ ସନ୍ଧ୍ୟା' | ଏହା ପରେ ଲୋକମାନେ ମୋତେ ଭଜନ ସମ୍ରାଟ ବୋଲି କହିବା ଆରମ୍ଭ କଲେ | ସେତେବେଳେ ବୟସ ମୋତେ ୨୭-୨୮ବର୍ଷ ହେବ। କମ ବୟସରୁ ମୋତେ ଏତେ ବଡ଼ ନାମ ମିଳିଥିଲା। ଏସବୁ ଦେଖି ମୁଁ ଦୁଃଖୀ ହୋଇଥିଲି। କାରଣ ଆଉ ୫ବର୍ଷ ପରେ ମୋତେ ଲୋକପ୍ରିୟତା ମିଳିଥିଲେ ମୁଁ ସେହି ୫ବର୍ଷରେ ଅଧିକ କିଛି ଶିଖିଥାନ୍ତି ଏବଂ ଆଜି ଯେତିକି ଭଲ ଗାଉଛି ଆହୁରି ଭଲ ଗାଇଥାନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe