ଜସଲିନଙ୍କ କନ୍ୟାଦାନ କରିବାକୁ ଚାହୁଁଛନ୍ତି ଅନୁପ ଜଲୋଟା

Advertisment
ଜସଲିନଙ୍କ କନ୍ୟାଦାନ କରିବାକୁ ଚାହୁଁଛନ୍ତି  ଅନୁପ ଜଲୋଟା

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଟେଲିଭିଜନର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ର ସିଜିନ୍-୧୨ରୁ ବାହାରିବାପରେ ପ୍ରଥମେ ତାଙ୍କ ବନ୍ଧୁ ତଥା ଜସଲିନଙ୍କ ପିତାଙ୍କୁ ଭେଟିଛନ୍ତି। ଅନୁପ ତାଙ୍କୁ ଜସଲିନଙ୍କ କନ୍ୟାଦାନ କରିବେ ବୋଲି କହିଥିଲେ। ଏହା ଶୁଣି ଖୁବ୍‌ ଖୁସି ହୋଇଥିଲେଜସଲିନଙ୍କ ପିତା। ସେ ଆହୁରି ମଧ୍ୟ କହିଥିଲେ ଯେ କେବଳ ଅନୁପ ନୁହନ୍ତି ସେ ତାଙ୍କ ସହ ଝିଅ ଜସଲିନଙ୍କର କନ୍ୟାଦାନ କରିବେ। ଭଜନ ସମ୍ରାଟ ଅନୁପ ଜଲୋଟା ସତରେ ଜସଲିନଙ୍କର କନ୍ୟାଦାନ କରୁଛନ୍ତି ନା ସେଥିରେ ବି ଡ୍ରାମା ଅଛି ତାହା ଦେଖିବାକୁ ବାକି ରହିଲା।

ଅନୁପ ଜଲୋଟା ବାହାରକୁ ଆସିବା ପରେ ଜସ୍ଲୀନ୍ ଏବଂ ତାଙ୍କ ମଧ୍ୟରେ ଅସଲ ସଂପର୍କ କ’ଣ ତାହା ସମସ୍ତଙ୍କୁ ଜଣାଇଛନ୍ତି । ସୋ’ରୁ ବାହାରିବା ପରେ ଜସ୍ଲୀନ୍ ତାଙ୍କ ପ୍ରେମିକା ନୁହନ୍ତି ବୋଲି କହିଛନ୍ତି ଅନୁପ ଜଲୋଟା ।ଜସ୍ଲୀନ୍ଙ୍କ ସହ ନିଜ ସଂପର୍କ ବିଷୟରେ କହିବାକୁ ଯାଇ ସେ କହିଛନ୍ତି, ଲୋକମାନେ ଆମ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ କେବେ ବୁଝି ପାରିବେ ନାହିଁ । ଆମର କୌଣସି ପ୍ରକାରର ପ୍ରେମ କାହାଣୀ ନାହିଁ ।

publive-image

ଆମେ ଦୁହେଁ କେବଳ ମ୍ୟୁଜିକାଲ ରିଲେସନ୍ସିପ୍ ସେୟାର କରୁଛୁ । ସେ ମୋ ଶିଷ୍ୟା ଏବଂ ମୁଁ ତାଙ୍କର ଗୁରୁ । ମୁଁ ତାଙ୍କୁ ସଙ୍ଗୀତ ଶିଖିବାରେ ସାହାଯ୍ୟ କରିଥିଲି । ଆମ ଭିତରେ ପ୍ରେମିକ-ପ୍ରେମିକା ଭଳି କୌଣସି ସଂପର୍କ ନାହିଁ । ଏହା ସହ ଆମ ଭିତରେ ଶାରୀରିକ ସଂପର୍କ ମଧ୍ୟ ନାହିଁ ବୋଲି କହିଥିଲେ ଅନୁପ ଜଲୋଟା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe