ଅନୁପମ ଖେର୍‌ଙ୍କ ମା’ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧନ୍ୟବାଦ

ଅନୁପମ ଖେର୍‌ଙ୍କ ମା’ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧନ୍ୟବାଦ

livehindustan.com

ଅଭିନେତା ଅନୁପମ ଖେର୍‌ଙ୍କ ମା’, ଭାଇ ଭାଉଜ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ‌େଳେ ତାଙ୍କ ମା’ ଦୁଲାରି କୋକିଳାବେନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ। ଅନୁପମ ଏକ ଭିଡିଓ ସେୟାର କରି କହିଛନ୍ତି, କୋକିଳାବେନ୍‌ର ଡାକ୍ତର ତାଙ୍କ ମା’ଙ୍କୁ ସୁସ୍ଥ ଥିବା ଖବର ଦେଇଛନ୍ତି। ଯଦିଓ ହସ୍ପିଟାଲ୍‌ରୁ ଆସିବା ପରେ ଦୁଲାରିଙ୍କୁ କିଛିଦିନ ପାଇଁ ହୋମ କ୍ବାରାଣ୍ଟିନ୍‌ରେ ରହିବାକୁ ପଡ଼ିବ। ଅନୁପମ କହିଛନ୍ତି, ଏଭଳି ମୁସ୍କିଲ ସମୟରେ ମୋ ମା’ଙ୍କର ଧ୍ୟାନ ରଖିଥିବାରୁ କୋକିଳାବେନ୍‌ର ଡାକ୍ତର, ନର୍ସ, କର୍ମଚାରୀଙ୍କୁ ଧନ୍ୟବାଦ। ଏଥିସହ ପ୍ରଶଂସକଙ୍କମାନେ ତାଙ୍କ ମା’ ସୁସ୍ଥ ହୋଇଯିବା ନେଇ ପ୍ରାର୍ଥନା କରିଥିବାରୁ ଅନୁପମ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe