ଅନୁପମଙ୍କ ସିନେମାରେ ଭୂମିକା

Advertisment

ଓଲିଉଡ୍‌ର ଆଗଧାଡ଼ିର ନାୟିକା ଭୂମିକା ଦାଶ ଇଣ୍ଡଷ୍ଟ୍ରିର ଜଣେ ସଫଳ ତଥା ପ୍ରତିଭାବାନ୍ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମାରେ ଅଭିନୟ କରୁଛନ୍ତି। ଦଶହରାକୁ ଆଖିରେ ରଖି ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ଛବି ‘ହାସ୍‌ଟ୍ୟାଗ୍ ଏମ୍‌ଏମ୍’ରେ ନାୟିକା ହୋଇଛନ୍ତି ଭୂମିକା।

ଓଲିଉଡ୍‌ର ଆଗଧାଡ଼ିର ନାୟିକା ଭୂମିକା ଦାଶ ଇଣ୍ଡଷ୍ଟ୍ରିର ଜଣେ ସଫଳ ତଥା ପ୍ରତିଭାବାନ୍ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମାରେ ଅଭିନୟ କରୁଛନ୍ତି। ଦଶହରାକୁ ଆଖିରେ ରଖି ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ଛବି ‘ହାସ୍‌ଟ୍ୟାଗ୍ ଏମ୍‌ଏମ୍’ରେ ନାୟିକା ହୋଇଛନ୍ତି ଭୂମିକା।

mnbvcxz

ଓଲିଉଡ୍‌ର ଆଗଧାଡ଼ିର ନାୟିକା ଭୂମିକା ଦାଶ ଇଣ୍ଡଷ୍ଟ୍ରିର ଜଣେ ସଫଳ ତଥା ପ୍ରତିଭାବାନ୍ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମାରେ ଅଭିନୟ କରୁଛନ୍ତି। ଦଶହରାକୁ ଆଖିରେ ରଖି ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ଛବି ‘ହାସ୍‌ଟ୍ୟାଗ୍ ଏମ୍‌ଏମ୍’ରେ ନାୟିକା ହୋଇଛନ୍ତି ଭୂମିକା। ଆଗରୁ ‘ପ୍ରତୀକ୍ଷା’, ‘ତ୍ରିକନ୍ୟା’ ଓ ‘କର୍ମ’ ଭଳି ଭିନ୍ନ ସ୍ବାଦର ସିନେମା ନିର୍ଦ୍ଦେଶନା ଦେଇଥିବା ଅନୁପମ ଏଥର ପୁଣି ଏକ ଭିନ୍ନ ରୁଚିର କାହାଣୀ ନେଇ ଆସୁଛନ୍ତି। ଗତବର୍ଷ ଦଶହରାରେ ମୁକ୍ତିଲାଭ କରିଥିବା ବ୍ଲକ୍‌ବଷ୍ଟର୍‌ ମୁଭି ‘କର୍ମ’ରେ ନାୟିକା ସାଜି ସୂର୍ଯ୍ୟମୟୀ ଯେଉଁଭଳି ଧମାଲ୍ କରିଥିଲେ ଏଥର ଦଶହରାରେ ‘ହାସ୍‌ଟ୍ୟାଗ୍ ଏମ୍‌ଏମ୍’ ଜରିଆରେ ଭୂମିକା ଅନୁରୂପ କମାଲ୍ କରିବେ ବୋଲି ଆଶା କରାଯାଉଛି। ପ୍ରଣବପ୍ରସନ୍ନ ରଥ ଓ ନିଶାନ୍ତ ମଜିଠିଆ ଏହାର ସଂଳାପ ଦାୟିତ୍ବରେ ଥିବା ବେଳେ ଅନୁରାଗ ପଟ୍ଟନାୟକ ସ୍ବର ସଂଯୋଜନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ତୁ ମୋ ଲଭ୍‌ଷ୍ଟୋରି’(୨୦୧୭) ଜରିଆରେ କ୍ୟାରିୟର୍ ଆରମ୍ଭ କରିଥିଲେ ଭୂମିକା। ପରେ ତାପସଙ୍କ ନିର୍ଦ୍ଦେଶନାରେ ସେ ‘ହିରୋ ନମ୍ବର ୱାନ୍’, ‘ତୁ ମୋ ଲଭ୍‌ଷ୍ଟୋରି ୨’, ‘ଟିକେ ଟିକେ ଅଚିହ୍ନା ତୁ’ ଆଦି ସିନେମାରେ ବି ଅଭିନୟ କରିଛନ୍ତି। ଏଥିସହ ଭୂମିକା ଅଶୋକ ପତିଙ୍କ ‘ଶ୍ରୀମାନ୍ ସୁରଦାସ’ ଓ ‘ମିଷ୍ଟର୍‌ ମଜ୍‌ନୁ’, ସୁଧାଂଶୁମୋହନ ସାହୁଙ୍କ ‘ଅପରେସନ୍ ୧୨/୧୭’, ରାଜେନ୍ଦ୍ର ମହାନ୍ତଙ୍କ ‘ଚକ୍ଷୁବନ୍ଧନ’ ଓ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମନ ମୋ ନେଇଗଲୁରେ’ ଆଦି ଫିଲ୍ମରେ କାମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe