କାମ ମାଗୁଛନ୍ତି ଅନୁପମଙ୍କ ପୁଅ

କାମ ମାଗୁଛନ୍ତି ଅନୁପମଙ୍କ ପୁଅ

The Indian Express

ଦିଗ୍‌ଗଜ୍‌ ଅଭିନେତା ଅନୁପମ ଖେର୍‌ଙ୍କ ପୁଅ ସିକନ୍ଦର ଖେର୍‌ ସାମାଜିକ ଗଣମାଧ୍ୟମରେ କାମ ମାଗୁଥିବାର ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ ସିକନ୍ଦର ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ତାଙ୍କର ଏକ ନିରାଶାଜନକ ଫଟୋ ରହିଥିବା ବେଳେ ତଳେ ସେ ଲେଖିଛନ୍ତି, ‘ମୋତେ କାମ ଦରକାର, ମୁଁ ହସି ବି ପାରିବି’। ଏଥିରୁ ଜାଣି ହେଉଛି, ସିକନ୍ଦରଙ୍କ ପାଖରେ ଏବେ ସେମିତି କୌଣସି ପ୍ରୋଜେକ୍ଟ ନାହିଁ। ଫଟୋରେ ସେ ପୂରା ଝାଳନାଳ ହୋଇଯାଇଥିବା ବେଳେ ମୁହଁରେ ନିରାଶା ଭାବ ସ୍ପଷ୍ଟ ଜଣାପଡ଼ୁଛି। ପ୍ରକାଶଯୋଗ୍ୟ, ନିକଟରେ ସିକନ୍ଦର ଡିଜ୍‌ନି ପ୍ଲସ୍‌ ହଟ୍‌ଷ୍ଟାର୍‌ର ୱେବ୍‌ସିରିଜ୍‌ ‘ଆର୍ଯ୍ୟା’ରେ କାମ କରିଥିଲେ। ସିକନ୍ଦର ଅନ୍ୟ ଏକ ୱେବ୍‌ସିରିଜ୍‌ ଓ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। ଜି-୫ର ୱେବ୍‌ସିରିଜ୍‌ ‘ମୁମ୍‌ ଭାଇ’‌ରେ ଏବେ ସିକନ୍ଦର କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe