ହଠାତ୍ ୪ଲକ୍ଷ ଫଲୋଓର୍ସ ସଂଖ୍ୟା କମିବା ପରେ ଟୁଇଟ୍ କରି କାରଣ ଜଣାଇଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ

Advertisment
ହଠାତ୍ ୪ଲକ୍ଷ ଫଲୋଓର୍ସ ସଂଖ୍ୟା କମିବା ପରେ ଟୁଇଟ୍ କରି କାରଣ ଜଣାଇଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ

aajtak.intoday.in

ମୁମ୍ବାଇ: ବଲିଉଡର ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଫଲୋଓର୍ସ ସଂଖ୍ୟା କମିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଟୁଇଟରରେ ତାଙ୍କର ୫ଲକ୍ଷ ଫଲୋଓର୍ସ ଥିବା ବେଳେ ଏବେ ତାହା କମ ହୋଇ ୭୬,୦୦୦ରେ ପହଞ୍ଚିଛି। ହଠାତ୍ ଏଭଳି ହେବାରୁ ଅନୁରାଗ କଶ୍ୟପ ଟୁଇଟର ଇଣ୍ଡିଆକୁ ଏ ନେଇ ଦାୟୀ କରିଛନ୍ତି। ଲଗାତାର ଭାବେ ସେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସୁଥିବାରୁ ଟୁଇଟର ଇଣ୍ଡିଆ ତାଙ୍କ ଫଲୋଓର୍ସ ସଂଖ୍ୟା କମ କରିଦେଇଛି ବୋଲି କହିଛନ୍ତି ଅନୁରାଗ।

ଟୁଇଟରରେ ଥିବା ନିଜ ପ୍ରୋଫାଇଲର ଏକ ସ୍କ୍ରିନସଟକୁ ଟୁଇଟ୍ କରି ଟୁଇଟର ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ଅନୁରାଗ। ଫଟୋର କ୍ୟାପସନରେ ଲେଖାଯାଇଛି କି, ଟୁଇଟର ଇଣ୍ଡିଆ ମୋ ଫଲୋଓର୍ସ ସଂଖ୍ୟାକୁ ବହୁତ କମ କରି ଦେଇଛି। ଏହା ସହ ଫଟୋରେ ତାଙ୍କ ଫଲୋଓର୍ସ ସଂଖ୍ୟା ମାତ୍ର ୭୬,୦୦୦ଥିବା ଦେଖାଯାଇଛି।

ସୂଚନା ମୁତାବକ, ୪ମାସ ତଳେ ରାଗରେ ଟୁଇଟ୍ କରିବା ଛାଡ଼ିଥିଲେ ଅନୁରାଗ କଶ୍ୟପ। ଯଦି ମୁଁ ନ ଡ଼ରି ମୋ ମନର କଥା ଏଠି କହି ପାରିବି ନାହିଁ, ତେବେ ମୁଁ ଆଜିଠାରୁ କିଛି ବି କହିବି ନାହିଁ। ଗୁଡ୍ ବାଏ। ଏଭଳି ଟୁଇଟ କରି ସେ ୪ମାସ ପୂର୍ବେ ଟୁଇଟର ଛାଡ଼ିଥିଲେ ମଧ୍ୟ କିଛି ଦିନ ତଳେ ସେ ସିଏଏ ଓ ଏନଆରସିକୁ ବିରୋଧ କରି ଟୁଇଟ୍ କରିବା ଆରମ୍ଭ କରିଥିଲେ। ଯାହା ପରେ ତାଙ୍କ ଫଲୋଓର୍ସ ସଂଖ୍ୟା କମ ହୋଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe