ଟୁଇଟ୍‌ରରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଲେ ମୋଦୀଙ୍କ ସମର୍ଥକ, ଏବେ କ’ଣ କରିବା ଦରକାର ବୋଲି ପଚାରିଲେ ଅନୁରାଗ

Advertisment
ଝିଅକୁ ଦୁଷ୍କର୍ମର ଧମକ ଦେଇଥିବା ଟ୍ରୋଲର ବିରୋଧରେ ଏତଲା ଦେବାପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଲେ ଅନୁରାଗ କଶ୍ୟପ

bollywoodbubble.com

ମୁମ୍ବାଇ : ଗତକାଲି ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଜିତିବା ଖବର ଆସିବା ପରେ ଚାରିଆଡ଼ୁ ତାଙ୍କ ସମର୍ଥକମାନେ ଶୁଭେଚ୍ଛାର ସୁଅ ଛୁଟାଇଥିଲେ । ନେତାଙ୍କଠାରୁ ଆରମ୍ଭ କରି କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଟୁଇଟ୍‌ କରି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଏତେ ସବୁ ଶୁଭେଚ୍ଛା ମଧ୍ୟରେ ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଟୁଇଟ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଅନୁରାଗ କଶ୍ୟପ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ପ୍ରଶ୍ନ କରିଥିବା ଦେଖା ଯାଇଥିଲା । ସୂଚନା ମୁତାବକ, ଟୁଇଟ୍‌ରରେ ଚୌକିଦାର ରାମସାଙ୍ଘୀ ନାମକ ଜଣେ ଯୁବକ ଅନୁରାଗଙ୍କ ଝିଅକୁ ମେସେଜ କରି ଦୁଷ୍କର୍ମ କରିବାର ଧମକ ଦେଇଥିଲେ । ଯାହାର ସ୍କ୍ରିନ୍‌ସଟ୍‌ ନେଇ ଅନୁରାଗ କଶ୍ୟପ ଟୁଇଟ୍‌ କରିବା ସହ, "ସାର୍‌ ଆମକୁ ଟିକେ କହନ୍ତୁ, ଏଭଳି ଯୁବକମାନଙ୍କର ସାମ୍ନା ଆମେ କେମିତି କରିବୁ । ଯେଉଁମାନେ ମୋ ଝିଅକୁ ଦୁଷ୍କର୍ମ କରିବାର ଧମକ ଦେଇ ଆପଣଙ୍କ ଐତିହାସିକ ସଫଳତାକୁ ପାଳନ କରୁଛନ୍ତି" ବୋଲି ଲେଖିଥିଲେ ଅନୁରାଗ । ତେବେ ଅନୁରାଗଙ୍କ ଏଭଳି ଟୁଇଟ୍‌ର ଜବାବ ମୋଦୀ କ’ଣ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe