ମୁମ୍ବାଇ ଓ ବଲିଉଡକୁ ଛାଡ଼ିବା ନେଇ ଅନୁରାଗଙ୍କ ପ୍ରତିକ୍ରିୟା

ଅନୁରାଗ କହିଛନ୍ତି, ‘ମୁଁ ମୁମ୍ବାଇ ଛାଡ଼ି ସାରିଛି। ମୁଁ ସିନେମା ଦୁନିଆର ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚାହୁଁଛି। ସିନେମା ଶିଳ୍ପ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।ସିନେମା ଶିଳ୍ପ ସହିତ ଜଡ଼ିତ ଲୋକଙ୍କ ଲକ୍ଷ୍ୟ ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି।

rweter

ମୁମ୍ବାଇ: ସିନେମା ନିର୍ମାତା ତଥା ନିଦ୍ଦେର୍ଶକ ଅନୁରାଗ କଶ୍ୟପଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଅନୁରାଗ ମୁମ୍ବାଇ ଛାଡ଼ିବା ସହିତ ସିନେମା ଦୁନିଆକୁ ବି ବାଏ ବାଏ କହିଛନ୍ତି। 

ନିକଟରେ ଏକ ସାକ୍ଷାତକାର ସମୟରେ ଅନୁରାଗ କହିଛନ୍ତି, ‘ମୁଁ ମୁମ୍ବାଇ ଛାଡ଼ି ସାରିଛି। ମୁଁ ସିନେମା ଦୁନିଆର ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚାହୁଁଛି। ସିନେମା ଶିଳ୍ପ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ସିନେମା ଶିଳ୍ପ ସହିତ ଜଡ଼ିତ ଲୋକଙ୍କ ଲକ୍ଷ୍ୟ ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି।  ପ୍ରତ୍ୟେକ କଳାକାରଙ୍କୁ ସିନେମା ପିଛା ୫୦୦ରୁ ୮୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ଅଛି। ସିନେମାରେ ଆଉ ବାସ୍ତବତା ଦେଖିବାକୁ ମିଳୁ ନାହିଁ। ଆଖି ସାମ୍ନାରେ ସବୁକିଛି ହଜିଗଲା ଭଳି ଲାଗୁଛି। ଲାଭ କେମିତି ମିଳିବ ସମସ୍ତେ ସେଦିଗରେ ବାୟା ହୋଇଯାଇଛନ୍ତି।

ସହର ଛାଡ଼ିବାକୁ ନେଇ ଅନୁରାଗ କହିଛନ୍ତି, ‘ଗୋଟିଏ ସହର କେବଳ ଆକୃତି ଦ୍ବାରା ନୁହେଁ ଲୋକଙ୍କ ଦ୍ବାରା ବି ତିଆରି ହୋଇଥାଏ। ମୁମ୍ବାଇରେ ଲୋକମାନେ ସର୍ବଦା ଆପଣଙ୍କ ଗୋଡ଼କୁ ତଳକୁ ଟାଣିବାକୁ ଚେଷ୍ଟା କରନ୍ତି। ମୋ ପୂର୍ବରୁ ବି ଅନେକ ସିନେମା ନିର୍ମାତା ସହର ଛାଡ଼ି ଦୁବାଇ, ଲଣ୍ଡନ, ପର୍ତ୍ତୁଗାଲ, ଆମେରିକା ଓ ଜର୍ମାନରେ ଯାଇ ଶାନ୍ତିରେ ବସବାସ କରୁଛନ୍ତି।

ଅନୁରାଗ ମୁମ୍ବାଇ ଛାଡ଼ି କେଉଁଠି ବସବାସ କରୁଛନ୍ତି ସେ ନେଇ କିଛି ସ୍ପଷ୍ଟ କରି ନଥିବା ବେଳେ ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ‘ସେ ବେଙ୍ଗାଲୁରୁ ସିପ୍ଟ ହୋଇଯାଇଛନ୍ତି। ଅନେକ ବର୍ଷ ହେବ ଅନୁରାଗ ମୁମ୍ବାଇରେ ବସବାସ କରି ଆସୁଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe