ଝିଅର ବିବାହ ଖର୍ଚ୍ଚ ଉଠାଇବାକୁ ଅଧିକ କାମ କରିଥିଲି, ଏବେ ଶାନ୍ତି ମିଳିଲା: ଅନୁରାଗ

ଝିଅର ବିବାହର ବଜେଟ୍ ତାଙ୍କର ଏକ ଛୋଟ ଚଳଚ୍ଚିତ୍ରର ବଜେଟ ସହିତ ସମାନ ଥିଲା। ବିବାହ ଖର୍ଚ୍ଚ ଉଠାଇବା ପାଇଁ ସେ ଅଧିକ କାମ କରିଥିଲେ ବୋଲି କହିଛନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପ।

tshanee

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ କିଛି ଦିନ ତଳେ ବିବାହ କରିଥିଲେ। ସେ ସେନ୍ ଗ୍ରେଗୋଏରଙ୍କୁ ବିବାହ କରିଥିଲେ। ସେମାନଙ୍କର ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହ ପରେ ଅନୁରାଗ କହିଛନ୍ତି ଯେ, ଏହି ବିବାହର ବଜେଟ୍ ତାଙ୍କର ଏକ ଛୋଟ ଚଳଚ୍ଚିତ୍ରର ବଜେଟ ସହିତ ସମାନ ଥିଲା। ବିବାହ ଖର୍ଚ୍ଚ ଉଠାଇବା ପାଇଁ ସେ ଅଧିକ କାମ କରିଥିଲେ।

ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସେ ତାଙ୍କ ଝିଅର ବିବାହର ଖର୍ଚ୍ଚ ବହନ କରିବା ପାଇଁ ନିର୍ଦ୍ଦେଶନା ସହ ଅଭିନୟ କରିଥିଲେ। କାରଣ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଭାବରେ ଏଭଳି ମହଙ୍ଗା ବିବାହର ଖର୍ଚ୍ଚ ବହନ କରିବା ସହଜ ନୁହେଁ। ବର୍ତ୍ତମାନ ବିବାହ ଶେଷ ହୋଇଥିବାରୁ ସେ ଶାନ୍ତି ଅନୁଭବ କରୁଥିବା କହିଛନ୍ତି।

ସେ ତାଙ୍କର ୨୦୨୫ର ଯୋଜନା ବିଷୟରେ ମଧ୍ୟ ସାକ୍ଷାତକାରରେ କହିଛନ୍ତି। ତାଙ୍କ କହିବା ମୁତାବକ, "ସେ ନିଜର ଯତ୍ନ ନେବା ସହ ବ୍ୟକ୍ତିଗତ ଅଭିବୃଦ୍ଧି ଉପରେ ଧ୍ୟାନ ଦେବେ। ନିର୍ଦ୍ଦେଶନାରୁ ବିରତି ନେଇ ସେ ବିଶ୍ରାମ କରିବା ସହ ଅନେକ ଫିଲ୍ମ ଦେଖି ଉପଭୋଗ କରିବାକୁ ଚାହୁଁଥିବା କହିଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe