ସଲମାନଙ୍କୁ ଏହି କାମ କରିବାକୁ କହିବାରୁ ଫିଲ୍ମରୁ ବିଦା ହୋଇଥିଲେ ଅନୁରାଗ କଶ୍ୟପ

ସଲମାନଙ୍କୁ ଏହି କାମ କରିବାକୁ କହିବାରୁ ଫିଲ୍ମରୁ ବିଦା ହୋଇଥିଲେ ଅନୁରାଗ କଶ୍ୟପ

news18

ମୁମ୍ବାଇ: 'ଅଲମୋଷ୍ଟ ପ୍ୟାର୍ ଉଇଥ୍ ଡିଜେ ମୋହବତ' ସହ ଏବେ ପୁଣି ଥରେ ଫେରୁଛନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ନିକଟରେ ଏହି ଫିଲ୍ମର ପ୍ରଚାର ସମୟରେ ଅନୁରାଗ କଶ୍ୟପ ବକ୍ସ ଅଫିସ ଆୟକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। ତାଙ୍କ ମତକୁ ନେଇ ଅନେକ ଆଲୋଚନା ହୋଇଥିଲା। ଏ ମଧ୍ୟରେ ସେ ଆଉ ଏକ ବଡ଼ ଖୁଲାସା କରିଛନ୍ତି। ବଲିଉଡର ଦବଙ୍ଗ ଖାନଙ୍କୁ ସେ ଏଭଳି କାମ କରିବାକୁ କହିଥିଲେ, ଯେଉଁଥିପାଇଁ ତାଙ୍କୁ ଫିଲ୍ମ  ପ୍ରୋଜେକ୍ଟରୁ ବାହାର କରିଦିଆଯାଇଥିଲା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ତାଙ୍କୁ ଗୋଟିଏ ଫିଲ୍ମରୁ ବାହାର କରି ଦିଆଯାଇଥିଲା କାରଣ ସେ ଅଭିନେତାଙ୍କୁ ଛାତିରେ କେଶ ବଢ଼ାଇବାକୁ କହିଥିଲେ। ଏହା କେଉଁ ଫିଲ୍ମ ଥିଲା ବୋଲି ପଚରାଯିବାରୁ ନିର୍ଦ୍ଦେଶକ ଉତ୍ତର ଦେଇଥିଲେ, 'ତେରେ ନାମ'। ସଲମାନଙ୍କ ଅଭିନୀତ ଚଳଚ୍ଚିତ୍ର 'ତେରେ ନାମ'ର ନିର୍ଦ୍ଦେଶନା ଦାୟିତ୍ବ ପ୍ରଥମେ ଅନୁରାଗ କାଶ୍ୟପ ମିଳିଥିଲା। ହେଲେ ଅନୁରାଗ ଯାହା ଚାହୁଁଥିଲେ ସେଥିରେ ସଲମାନ ରାଜି ନହେବାରୁ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe