ଅନୁଙ୍କ ନୂଆ ଲୁକ୍

Advertisment

ଓଲିଉଡ୍‌ରେ ପ୍ରାୟ ୨୭ ବର୍ଷ ଧରି ନାୟିକା ଭାବେ ଆଗଧାଡ଼ିରେ ରହିଆସିଥିବା ଅନୁ ଚୌଧୁରୀଙ୍କ ଦୁଇଟି ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଉଭୟରେ ତାଙ୍କର ଭୂମିକା ଖୁବ୍ ବଳିଷ୍ଠ ବୋଲି ଚର୍ଚ୍ଚା ହେଉଛି।

ଓଲିଉଡ୍‌ରେ ପ୍ରାୟ ୨୭ ବର୍ଷ ଧରି ନାୟିକା ଭାବେ ଆଗଧାଡ଼ିରେ ରହିଆସିଥିବା ଅନୁ ଚୌଧୁରୀଙ୍କ ଦୁଇଟି ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଉଭୟରେ ତାଙ୍କର ଭୂମିକା ଖୁବ୍ ବଳିଷ୍ଠ ବୋଲି ଚର୍ଚ୍ଚା ହେଉଛି।

anu

ଓଲିଉଡ୍‌ରେ ପ୍ରାୟ ୨୭ ବର୍ଷ ଧରି ନାୟିକା ଭାବେ ଆଗଧାଡ଼ିରେ ରହିଆସିଥିବା ଅନୁ ଚୌଧୁରୀଙ୍କ ଦୁଇଟି ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଉଭୟରେ ତାଙ୍କର ଭୂମିକା ଖୁବ୍ ବଳିଷ୍ଠ ବୋଲି ଚର୍ଚ୍ଚା ହେଉଛି। ଅଭିନେତ୍ରୀ ଅନୁ ତାଙ୍କର ଆଗାମୀ ଫିଲ୍ମ ‘ଜୟହିନ୍ଦ୍‌’କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। କାରଣ ପ୍ରଥମଥର ପାଇଁ ‌ସେ ଏଭଳି ଏକ ଚରିତ୍ର ଏଥିରେ ନିଭାଇଛନ୍ତି, ଯେଉଁଥିପାଇଁ ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଛି। ତା’ ଛଡ଼ା ଏହି ଫିଲ୍ମରେ ସେ ସଂପୂର୍ଣ୍ଣ ଭିନ୍ନ ଲୁକ୍‌ରେ ନଜର ଆସିବେ। ସବୁଠାରୁ ବଡ଼ କଥା ହେଲା, ଏହି ସିନେମାରେ ନିଜର ଲୁକ୍‌କୁ ନିଜେ ଡିଜାଇନ୍ କରିଛନ୍ତି ଅନୁ ଚୌଧୁରୀ। ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ‘ରାଧିକା’। ଏଥିରେ ଦର୍ଶକ ତାଙ୍କୁ ନାୟକ ଆକାଶ ଦାସ ନାୟକଙ୍କ ଭଉଣୀ ଭୂମିକାରେ ଦେଖିବାକୁ ପାଇବେ। ‘ଜୟହିନ୍ଦ୍‌’ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜଙ୍କ ସୂଚନା ଅନୁଯାୟୀ, ଅନୁଙ୍କ ନୂଆ ଲୁକ୍‌କୁ ପୋଷ୍ଟର୍‌ ଜରିଆରେ ତାଙ୍କ ଜନ୍ମଦିନ (ଅଗଷ୍ଟ ୩୦) ଅବସରରେ ରିଲିଜ୍ କରାଯିବ। ସେଥିରୁ ହୁଏତ ସିନେପ୍ରେମୀ ଅନୁଙ୍କ ଚରିତ୍ରକୁ ନେଇ କିଛି ଧାରଣା ପାଇପାରନ୍ତି। କିନ୍ତୁ ଅସଲ କାହାଣୀ ଓ ଚରିତ୍ରଟି କେବଳ ‘ଜୟହିନ୍ଦ୍‌’ ରିଲିଜ୍ ହେବା ପରେ ହିଁ ଦର୍ଶକ ଜାଣିପାରିବେ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସିନେମାରେ ରାଧିକାଙ୍କ ଜୀବନର ଅତୀତ ଘଟଣାବଳି ଫ୍ଲାସ୍‌ବ୍ୟାକ୍ ଜରିଆରେ ଉପସ୍ଥାପିତ ହୋଇଛି। ଏହା ଦର୍ଶକଙ୍କୁ ଖୁବ୍‌ ଆମୋଦିତ କରିବ ବୋଲି କୁହାଯାଉଛି। ଅନୁ ଆଗରୁ କଲେଜ ଝିଅ, ଗୃହିଣୀ, ଚୋରଣୀ, ଗାଉଁଲି ଝିଅ ଓ ମାଓବାଦୀ ଭଳି ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ବଡ଼ ପରଦାରେ। ହେଲେ ‘ଜୟହିନ୍ଦ୍‌’ରେ ସେ କିଭଳି ଚରିତ୍ରରେ ଆସୁଛନ୍ତି, ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe