Yahoo Cricket News
ହିନ୍ଦୀ ସିନେମାର ନାୟିକା ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ବର୍ତ୍ତମାନ ଦୁବାଇ ବୁଲିବା ସହ ଆଇପିଏଲ୍ ଉପଭୋଗ କରୁଛନ୍ତି। ସ୍ବାମୀ ବିରାଟଙ୍କୁ ଷ୍ଟାଡିଅମ୍ରେ ଉତ୍ସାହିତ କରିବା ସମୟର ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଆଗାମୀ ୨୦୨୧ରେ ମା’ ହେବାକୁ ଯାଉଥିବା ଅନୁଷ୍କା ଷ୍ଟାଡିୟମରେ ଏକ ଧଳା ରଙ୍ଗର ଡ୍ରେସ୍ ପିନ୍ଧି ବିରାଟଙ୍କୁ ଚିଅର୍ କରୁଥିବା ଦେଖିବାକୁ ମିଳୁଛି। ଏହା ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରମୁଖ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ପ୍ରେମିକା ଧନଶ୍ରୀ ମଧ୍ୟ ଅନୁଷ୍କାଙ୍କ ସହ ଟିମ୍କୁ ଚିଅର୍ ଅପ୍ କରୁଥିବା ନଜର ଆସିଛି।
ତେବେ ଗତ ଅଗଷ୍ଟ ମାସରେ ଉଭୟ ବିରାଟ ଓ ଅନୁଷ୍କା ୨୦୨୧ ଜାନୁଆରିରେ ଦୁଇରୁ ତିନି ହେବାକୁ ଯାଉଥିବା ଟ୍ବିଟ୍ କରିଥିଲେ। ଜିରୋ ଫିଲ୍ମରେ ଅନୁଷ୍କା ଶେଷ ଥର ପାଇଁ ନଜର ଆସିଥିବା ବେଳେ ଆଗାମୀ ଫିଲ୍ମ ଭାରତୀୟ ମହିଳା କ୍ରିକେଟର୍ ତଥା ସ୍ପିଡ୍ ଷ୍ଟାର୍ ଝୁଲଣ ଗୋସ୍ବାମୀଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ମାତ୍ର ଅନୁଷ୍କା ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
Follow Us