ଚଳଚ୍ଚିତ୍ର ‘ଚକଦା ଏକ୍ସପ୍ରେସ୍’ ସୁଟିଂ ଆରମ୍ଭ ପାଇଁ ଦିନ ଗଣୁଛନ୍ତି ଅନୁଷ୍କା

Advertisment
ଚଳଚ୍ଚିତ୍ର ‘ଚକଦା ଏକ୍ସପ୍ରେସ୍’ ସୁଟିଂ ଆରମ୍ଭ ପାଇଁ ଦିନ ଗଣୁଛନ୍ତି ଅନୁଷ୍କା

ଦୀର୍ଘ ତିନି ବର୍ଷ ସିନେ ଦୁନିଆରୁ ଦୂରେଇ ରହିବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ବଡ଼ ପରଦାକୁ ଫେରୁଛନ୍ତି। ଅନୁଷ୍କା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଚକଦା ଏକ୍ସପ୍ରେସ୍’ ସୁଟିଂ ପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୁଟିଂ ମଞ୍ଚକୁ ପ୍ରତ୍ୟାବର୍ତ୍ତନ କରିବାର ଉଦ୍ଦୀପନାକୁ ନିୟନ୍ତ୍ରଣ କରି ନ ପାରି ସେ ନିଜର ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ କ୍ରିକେଟ୍ ଅଭ୍ୟାସ କରୁଥିବାର ଏକ ଭିଡିଓ ଛାଡ଼ିଛନ୍ତି। ଏଥିରେ ସେ କ୍ରିକେଟ୍ ପଡ଼ିଆରେ ଜୋରଦାର ବ୍ୟାୟାମ ସାଙ୍ଗକୁ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି। ଅନୁଷ୍କା ଏଥି ସହିତ ଉଲ୍ଲେଖ କରିଛନ୍ତି ଯେ ସୁଟିଂ ଆରମ୍ଭ ପାଇଁ ସେ ଏବେ ଦିନ ଗଣୁଛନ୍ତି।

publive-image Zee News

‘ଚକଦା ଏକ୍ସପ୍ରେସ୍’ କ୍ରିକେଟର୍ ଝୁଲନ ଗୋସ୍ବାମୀଙ୍କ ବାସ୍ତବ ଜୀବନ କାହାଣୀ ଉପରେ ପର୍ଯ୍ୟବସିତ। ନାରୀବିଦ୍ବେଷ ରାଜନୀତି ସହିତ ଲଢ଼ି ଝୁଲନ କିଭଳି ଜାତୀୟ ମହିଳା କ୍ରିକେଟ୍ ଦଳରେ ସାମିଲ ହେବାର ସ୍ବପ୍ନ ସାକାର କରିଥିଲେ ଏବଂ ଜାତୀୟ ଦଳର ଅଧିନାୟିକା ହୋଇ ଅନେକଙ୍କ ପାଇଁ ଆଦର୍ଶ ପାଲଟିଥିଲେ ସେହି ପ୍ରେରଣାଦାୟୀ କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରତିଫଳିତ ହେବ।। ଅନୁଷ୍କା ଶର୍ମା ଏଥିରେ ଝୁଲନଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ। ଶିଶୁକନ୍ୟା ‘ବାମିକା’କୁ ଜନ୍ମ ଦେବା ପରେ ଅଭିନେତ୍ରୀ ରୂପେ ଏହା ତାଙ୍କର ପ୍ରଥମ ପ୍ରକଳ୍ପ। ଶେଷ ଥର ସେ ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫଙ୍କ ସହିତ ‘ଜିରୋ’ ଚଳଚ୍ଚିତ୍ରରେ ଦେଖାଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe