ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପାଇ ‘ସ୍ୱଚ୍ଛଭାରତ ଅଭିଯାନ’ରେ ସାମିଲ୍‌ ହେଲେ ଅନୁଷ୍କା

Advertisment
ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପାଇ ‘ସ୍ୱଚ୍ଛଭାରତ ଅଭିଯାନ’ରେ ସାମିଲ୍‌ ହେଲେ ଅନୁଷ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିମନ୍ତ୍ରଣ ପାଇବା ପରେ ଏବେ ସ୍ୱଚ୍ଛଭାରତ ଅଭିଯାନରେ ସାମିଲ୍‌ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ଏଥିସହିତ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ମୁମ୍ବାଇର ବର୍ସୋଭା ସମୁଦ୍ର କୂଳରୁ ଆରମ୍ଭ କରିଛନ୍ତି। ଏଠାରେ ବଲିଉଡ୍‍ର ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ଜନସଚେତନତା ସୃଷ୍ଟି କରିବାକୁ ଯାଇ ସମୂଦ୍ର କୂଳରେ ପଡ଼ିରହିଥିବା ଆବର୍ଜନାକୁ ପରିଷ୍କାର କରିଛନ୍ତି।

ସଫେଇ ଅଭିଯାନର ଫଟୋକୁ ସୋସିଆଲ୍‌ ମିଡ଼ିଆରେ ସେୟାର୍‌ କରିବା ସହିତ ଲୋକମାନଙ୍କ ଉଦ୍ଦେଶ୍ୟରେ ମତ ମଧ୍ୟ ଲେଖିଛନ୍ତି ଅନୁଷ୍କା । ସେ ଲେଖିଛନ୍ତି, ‘ଆମ ଦେଶ ଆମର ମା’ ଅଟେ ଏବଂ ଆମମାନଙ୍କର କର୍ତ୍ତବ୍ୟ ହେଉଛି ଆମ ମା’କୁ ପରିଷ୍କାର ରଖିବା। ଏଥିସହିତ ଆମେ ଆମର ନିଜ ଲାଗି ପ୍ରତ୍ୟେକ ଦିନ କାର୍ଯ୍ୟ କରୁଥିବାବେଳେ ପରିବେଶକୁ ସଫାସୁତୁରା ରଖିବା ଦିଗରେ ସମସ୍ତଙ୍କର ଜାଗରଣ ଏବଂ ଚେତନା ଆମ ସମସ୍ତଙ୍କୁ ଏକ ସ୍ୱଚ୍ଛ ବାତାବରଣରେ ରହିବାକୁ ସକ୍ଷମ କରିଥାଏ।

ସୂତ୍ର ଅନୁଯାୟୀ,ଏବେ ଅନୁଷ୍କା ତାଙ୍କର ଆଗାମୀ ଫିଲ୍ମ‘ପରୀ’ର କାର୍ଯ୍ୟକୁ ନେଇ ବ୍ୟସ୍ତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe