ବିରାଟଙ୍କ ହାତ ଏଡାଇ ଚାଲିଗଲେ ଅନୁଷ୍କା, ଭାଇରାଲ ହେଲା ଭିଡିଓ

HGSBDHJGDJHg

ବେଙ୍ଗାଲୁରୁ: ସ୍ବାମୀ ଅନ୍ୟ ଯୁବତୀଙ୍କ ଫଟୋ ଲାଇକ୍ କରିବା ଜାଣି ରାଗିଛନ୍ତି କି ଅନୁଷ୍କା। ଏବେ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ବେଙ୍ଗାଲୁରୁରେ ଏକ ରେସ୍ତୋରାଁ ବାହାରେ ଦେଖିବାକୁ ମିଳିଥିଲା। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଭିଡିଓରେ ଦେଖାଯାଇଛି ଯେ, ବିରାଟ ପ୍ରଥମେ କାର୍‌ରୁ ବାହାରକୁ ଆସୁଛନ୍ତି। ଏହା ପରେ ଅନୁଷ୍କା ବାହାରକୁ ଆସୁଥିବା ଦେଖି ସେ ତାଙ୍କ ଆଡକୁ ନିଜ ହାତ ବଢ଼ାଉଛନ୍ତି। ହେଲେ ଅନୁଷ୍କା ହାତ ନଧରି କାର୍‌ର କବାଟ ଧରି ବାହାରକୁ ଆସୁଛନ୍ତି। ଏହା ପରେ ବିରାଟଙ୍କ ପାଇଁ ଅପେକ୍ଷା ନକରି ଆଗକୁ ଚାଲିଯାଉଛନ୍ତି। ସବୁବେଳେ ହାତ ଧରି ଚାଲୁଥିବା ଅନୁଷ୍କା ଏଭଳି ଚାଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ବିରାଟ, ଟେଲି ଅଭ‌ିନେତ୍ରୀଙ୍କ ଫଟୋ ଲାଇକ୍ କରିବା ବିବାଦକୁ ନେଇ ଅନୁଷ୍କା ରାଗିଛନ୍ତି ବୋଲି ‌ଲୋକେ କହିବା ଆରମ୍ଭ କରିଛନ୍ତି।

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଇନଷ୍ଟାଗ୍ରାମରେ ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ୍ କରିଥିବାର କିଛି ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ବିରାଟ କୋହଲିଙ୍କ ଆକାଉଣ୍ଟ ନାମ ସେହି ପୋଷ୍ଟର "ଲାଇକ୍" ବିଭାଗରେ ଦୃଶ୍ୟମାନ ହେଉଥିଲା। କିଛି ଏହାକୁ ବିଶ୍ବାସ କରିପାରୁନଥିବା ବେ‌ଳେ ଭୁଲରେ ଏଭଳି ହୋଇଥାଇପାରେ ବୋଲି କହିଥିଲେ। 

ସ୍ପଷ୍ଟୀକରଣ ଦେଇ ବିରାଟ କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, 'ଇନଷ୍ଟା ଫିଡ୍' ସଫା କରିବା ସମୟରେ ବୋଧହୁଏ 'ଆଲଗୋରିଦମ' ଭୁଲବଶତଃ ଏକ ଏହା କରିଛି। ଏହା ପଛରେ ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କୌଣସି ଅନାବଶ୍ୟକ ଅନୁମାନ କରନ୍ତୁ ନାହିଁ। ଜିନିଷଗୁଡ଼ିକ ବୁଝିବା ପାଇଁ ଧନ୍ୟବାଦ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe