Advertisment

ଫଟୋ ଉଠାଉଥିବା ବେଳେ ଅନୁଷ୍କାଙ୍କ ପଛପଟୁ ଆସି ଏଭଳି କାମ କଲେ ଏହି ଅଭିନେତା, ଭିଡ଼ିଓରେ କଏଦ୍‌ ହେଲା ପୂରା ଘଟଣା

Advertisment
ଫଟୋ ଉଠାଉଥିବା ବେଳେ ଅନୁଷ୍କାଙ୍କ ପଛପଟୁ ଆସି ଏଭଳି କାମ କଲେ ଏହି ଅଭିନେତା, ଭିଡ଼ିଓରେ କଏଦ୍‌ ହେଲା ପୂରା ଘଟଣା

khabar.ndtv.com

ମୁମ୍ବାଇ : ବଲିଉଡ଼୍‍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ୍‌ କୋହଲି ଏକ ଭିଡ଼ିଓ ପାଇଁ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ପରିବେଶକୁ ସ୍ୱଚ୍ଛ ଓ ପରିଛନ୍ନ ରଖିବା ପାଇଁ କହିବା ଅନୁଷ୍କାଙ୍କୁ ଭାରୀ ପଡ଼ିଛି । ଏନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଅନୁଷ୍କାଙ୍କର ଏକ ନୂଆ ଭିଡ଼ିଓ ଏବେ ଭାଇରାଲ ହୋଇଛି । ଫିଲ୍ମ ‘ଜିରୋ’ର ନିର୍ଦ୍ଦେଶକ ଆନନ୍ଦ ଏଲ୍‌.ରାୟଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିବା ବେଳେ ଅନୁଷ୍କାଙ୍କ ସହ ଘଟିଥିବା ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପାର୍ଟିରେ ଅନୁଷ୍କା ଫଟୋ ଉଠାଉଥିବା ବେଳେ ତାଙ୍କ ପଛପଟୁ ହଠାତ୍‌ ଜଣେ ଅଭିନେତା ଆସି ହାତ ଉଠାଇ କିଛି ଏଭଳି କାମ କରିଥିଲେ ଯାହାକୁ ଅନୁଷ୍କା ଜାଣି ପାରି ନଥିଲେ । କିନ୍ତୁ ଅଭିନେତାଙ୍କ ସେହି କାମ କ୍ୟାମେରାରେ କଏଦ୍‌ ହୋଇ ଯାଇଥିଲା ।

ଫ୍ରେମ୍‌ ଭିତରକୁ ଆସିଥିବା ଏହି ଅଭିନେତା ଜଣଙ୍କ ଆଉ କେହି ନୁହଁ ବରଂ ଅଭିନେତା ଜାେଓ୍ଵଦ୍‌ ଜାଫ୍‌ରୀ ଥିଲେ । ଅନୁଷ୍କା ଫଟୋ ଉଠାଉଥିବା ବେଳେ ସେ ଏକ ରୁମ୍‌ରୁ ବାହାରି ଅନୁଷ୍କାଙ୍କ ପଛ ପଟୁ ଆସିଥିଲେ । ଅନୁଷ୍କାଙ୍କୁ ଫଟୋ ଉଠାଉଥିବା ଦେଖି ସେ ନିଜ ଦୁଇ ହାତ ଉପରକୁ ଟେକି ଫ୍ରେମ୍‌ ଭିତରକୁ ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅନୁଷ୍କା ଏ ବିଷୟରେ ଜମା ବି ଜାଣି ପାରି ନଥିଲେ । ପରେ ଜାଭେଦ୍‌ ସାମ୍ନାକୁ ଆସିବା ପରେ ଅନୁଷ୍କା ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe