Daily Mail India
ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଲକ୍ଡାଉନ୍ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି। ନିକଟରେ ଅନୁଷ୍କା ସ୍ୱାମୀ ବିରାଟ କୋହଲିଙ୍କ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ବିରାଟଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିବା ପରେ ନାଗପୁର ପୁଲିସ ବି ଏକ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ଦେଇଛି।
/sambad/media/post_attachments/0a3abc1e6a3834f437b6cb4efdf762df286de6007c0b4479c2811481d4c20928.jpeg)
କିଛିଦିନ ପୂର୍ବରୁ ବିରାଟ କୋହଲି ଡାଏନୋସୋର ଭଳି ଅଭିନୟ କରୁଥିବାର ଏକ ଭିଡିଓ ଅନୁଷ୍କା ଶର୍ମା ସେୟାର କରିଥିଲେ। ଭିଡିଓରେ ବିରାଟା ମଜା କରୁଥିବା ବେଳେ ଏଭଳି ଏକ୍ସପ୍ରେସନ୍ ଦେଖାଇଥିଲେ କି ତାହାକୁ ଯିଏ ଦେଖୁଛି ସିଏ ହସୁଛି। ଏହି ଭିଡିଓ ସେୟାର କରି ଅନୁଷ୍କା ଲେଖିଛନ୍ତି- ମୁଁ ଏବେ ଏବେ ଏକ ଡାଏନୋସୋର ଦେଖିଛି। ତେବେ ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏସବୁ ଭିତରେ ନାଗପୁର ପୁଲିସ ଯେଉଁ ପ୍ରତିକ୍ରିୟା ଦେଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ନାଗପୁର ପୁଲିସ ଟୁଇଟ କରି ଲେଖିଛି, ଉଦ୍ଧାର ପାଇଁ କ’ଣ ମହାରାଷ୍ଟ୍ରର ବନବିଭାଗକୁ ପଠାଯିବ? ନାଗପୁର ପୁଲିସର ଏଭଳି ବ୍ୟଙ୍ଗାତ୍ମକ ପ୍ରତିକ୍ରିୟାକୁ ଯିଏ ଦେଖୁଛି ସିଏ ହସୁଛି। ତେବେ ପୁଲିସର ଭିଡିଓରେ ଏଭଳି ପ୍ରତିକ୍ରିୟାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବି ସମର୍ଥନ କରିଛନ୍ତି।
କିଛିଦିନ ତଳେ ଅନୁଷ୍କା ବିରାଟଙ୍କ କେଶ କଟାର ଏକ ଭିଡିଓ ପୋଷ୍ଟ କରିଥିଲେ। ଆଉ ଏହି ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଥିଲା କି ଲକ୍ଡାଉନ୍ ସମୟରେ ନୂଆ ଟ୍ରେଣ୍ଡ ହୋଇଯାଇଥିଲା।
Follow Us