ମୁମ୍ବାଇ: ସୋସିଆଲ୍ ମିଡ଼ିଆରେ ଏବେ ବଲିଉଡ ନାୟିକା ଅନୁଷ୍କା ଶର୍ମାଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଏହି ଭିଡିଓକୁ ଅନୁଷ୍କାଙ୍କ ସ୍ୱାମୀ ତଥା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ ସେଆର୍ କରିଛନ୍ତି।ଭକ୍ତ ଭିଡିଓରେ ଅନୁଷ୍କା ଶର୍ମା ଜଣେ ବ୍ୟକ୍ତିଙ୍କୁ ନୈତିକତାର ପାଠ ପଢ଼ାଉଥିବାର ଦେଖିବାକୁ ମିଳୁଛି।
ଏହି ଭିଡିଓରେ ଅନୁଷ୍କା ଜଣେ ଲୋକଙ୍କୁ କହୁଛନ୍ତି ଯେ, ରାସ୍ତାରେ ଅଳିଆ ଫିଙ୍ଗନ୍ତୁ ନାହିଁ।ଯାହା ଜଣାପଡ଼ୁଛି ବୋଧ ହୁଏ ବିରାଟ କୋହଲୀ ବା କାର୍ରେ ବସିଥିବା ଅନ୍ୟ ସହଯୋଗୀ ପଛପଟୁ ଏହି ଭିଡିଓକୁ ସୁଟ୍ କରିଛନ୍ତି। କାରଣ ଏଥିରେ ଅଭିନେତ୍ରୀଙ୍କ ମୁହଁ ଦିଶୁନାହିଁ।
ଭିଡିଓରେ ଅନୁଷ୍କା ତାଙ୍କ ବାଟ ଦେଇ ଯାଉଥିବା ଅନ୍ୟ ଏକ କାର୍କୁ ରୋକିବାର ଇସାରା କରୁଛନ୍ତି। ଯେମିତି କାର୍ ଅଟକୁଛି,ଅନୁଷ୍କା ତା’ର ପଛସିଟରେ ବସିଥିବା ଲୋକଙ୍କୁ ପଚାରୁଛନ୍ତି ଯେ,ରାସ୍ତାରେ କାହିଁକି ଅଳିଆ ଫିଙ୍ଗୁଛନ୍ତି?ତା’ପରେ ଲୋକଟି କିଛି କହୁଛି।ତା’ପରେ ଅନୁଷ୍କା ସେହି ବ୍ୟକ୍ତିଙ୍କୁ ଇଂରାଜିରେ କହୁଛନ୍ତି ଯେ,’ଆପଣ ରାସ୍ତାରେ ଅଳିଆ କାହିଁକି ଫିଙ୍ଗୁଛନ୍ତି?
ସେ ପୁଣି କହୁଛନ୍ତି,‘ହଁ ,ଆପଣ ରାସ୍ତାରେ ପ୍ଲାଷ୍ଟିକ୍ କାହିଁକି ଫିଙ୍ଗୁଛନ୍ତି?ସାବଧାନ ରହନ୍ତୁ,ଆପଣ ରାସ୍ତାର ଚାରିଆଡେ ପ୍ଲାଷ୍ଟିକ୍ ଫିଙ୍ଗି ପାରିବେ ନାହିଁ,କେବଳ ଡଷ୍ଟବିନ୍ରେ ପକାନ୍ତୁ।
ଅନୁଷ୍କା ଶର୍ମାଙ୍କ ଏହି କାମକୁ ବିରାଟ କୋହଲୀ ଖୁବ୍ ପ୍ରଶଂସା କରିଥିଲେ ଓ ସେହି ଦିବସରେ ଲେଖିଛନ୍ତି।ସେହି ଲୋକ ମାନଙ୍କୁ ରାସ୍ତାରେ ଅଳିଆ ପକାଉଥିବାର ଦେଖି ଅନୁଷ୍କା ଠିକ୍ ଭାବରେ ବୁଝାଇଛନ୍ତି। ଏଣୁ ଯଦି କେତେବେଳ କେହି କିଛି ଭୁଲ କାମ କରୁଥିବାର ଦେଖିବାକୁ ମିଳେ,ତେବେ ତାଙ୍କୁ ଶିକ୍ଷା ଦିଅନ୍ତୁ ଓ ଜାଗରୁକ କରାନ୍ତୁ।
Follow Us