ବିରୁଷ୍କାଙ୍କ ତରଫରୁ ଫଟୋଗ୍ରାଫରଙ୍କୁ ମିଳିଛି ସ୍ବତନ୍ତ୍ର ଉପହାର

ବିରୁଷ୍କାଙ୍କ ତରଫରୁ ଫଟୋଗ୍ରାଫରଙ୍କୁ ମିଳିଛି ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରି‌କେଟର ବିରାଟ କୋହଲିଙ୍କ ଯୋଡ଼ିକୁ ଖୁବ ପସନ୍ଦ କରାଯାଏ।। କିଛିଦିନ ହେବ ଅନୁଷ୍କା ଆଇପିଏଲ୍ ମ୍ୟାଚ୍ ସମୟରେ ଦେଉଥିବା ପ୍ରତିକ୍ରିୟା ପାଇଁ ଲାଇମଲାଇଟରେ ଅଛନ୍ତି।

ନିକଟରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଏକ ସରପ୍ରାଇଜ ପ୍ୟାକେଜ ସାମ୍ନାକୁ ଆସିଛି। ଏହି ପ୍ୟାକେଜକୁ ଦୁହେଁ ଫଟୋଗ୍ରାଫରଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ ପୁଅର ଜନ୍ମ ଉତ୍ସବ ପାଳନ କରିବା ପାଇଁ ଏହି ସରପ୍ରାଇଜ ଉପହାର ବାକ୍ସ ପ୍ରସ୍ତୁତ କରିଛନ୍ତି, ଯାହା ଫଟୋଗ୍ରାଫରଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଏହି ଉପହାର ବାକ୍ସର ଭିଡିଓକୁ ଫଟୋଗ୍ରାଫର ଭାଇରାଲ ଭିୟାନି ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓ ସହିତ ସେ ଏକ କ୍ୟାପସନ ଦେଇ ଲେଖିଛନ୍ତି, 'ଆଜି ମୁଁ ମୋ ବାସଭବନରେ ଏକ ଉପହାର ବାକ୍ସ ପାଇଛି।  ଏହି ଉପହାରଟିରେ ଏକ ହୃଦୟସ୍ପର୍ଶୀ ନୋଟ୍ ରହିଛି।

​​ଯେଉଁଥିରେ ଲେଖାହୋଇଛି, 'ଆମ ପିଲାମାନଙ୍କର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଏବଂ ଆପଣମାନେ ଆମକୁ ସମର୍ଥନ କରିଥିବାରୁ ଆମେ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।'


ତେବେ ବିରୁଷ୍କା ଫଟୋଗ୍ରାଫରଙ୍କୁ ଏଭଳି ଉପହାର ପଠାଇବାର କାରଣ ହେଉଛି, ବିରାଟ ଓ ଅନୁଷ୍କା ତାଙ୍କ ପିଲାଙ୍କ ଫଟୋ କେହି ଉଠାନ୍ତୁ ତାହାକୁ ପସନ୍ଦ କରନ୍ତି ନାହିଁ। ଏଥିପାଇଁ ସେମାନେ ଫ‌ଟୋଗ୍ରାଫରମାନଙ୍କୁ ପିଲାଙ୍କ ଫଟୋ ନଉଠାଇବା ପାଇଁ ଅନୁରୋଧ କରିଥିଲେ।

ଏହି ଅନୁରୋଧ ଫଟୋଗ୍ରାଫରମାନେ ରକ୍ଷା କରିଥିବାରୁୁ ବିରୁଷ୍କା ସ୍ବତନ୍ତ୍ର ଉପହାର ପଠାଇଛନ୍ତି। ଏହି ଉପହାରରେ ଇୟରଫୋନ, ପାୱର ବ୍ୟାଙ୍କ, ସ୍ପିକର, ଘଣ୍ଟା ଓ ବ୍ୟାଗ ଭଳି ଅନେକ ସାମଗ୍ରୀ ଭରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe