ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିିଓ ସେୟାର କରି ଟ୍ରୋଲ ହେଲେ ଅନୁଷ୍କା ଶର୍ମା, ଗାର୍ବେଜ୍‌ ଓମାନ୍‌ କହି ଟ୍ରୋଲ କଲେ ବ୍ୟବହାରକାରୀ

Advertisment
ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିିଓ ସେୟାର କରି ଟ୍ରୋଲ ହେଲେ ଅନୁଷ୍କା ଶର୍ମା, ଗାର୍ବେଜ୍‌ ଓମାନ୍‌ କହି ଟ୍ରୋଲ କଲେ ବ୍ୟବହାରକାରୀ

bollywoodbubble.com

ମୁମ୍ବାଇ : ଏଇ କିଛି ଦିନ ହେବ ରାସ୍ତାରେ ଅଳିଆ ଫିଙ୍ଗିବା ପାଇଁ ତାଗିଦ୍‌ କରି ଚର୍ଚ୍ଚାରେ ଅଛନ୍ତି ଅନୁଷ୍କା ଶର୍ମା । ଅର୍‌ହାନ୍‌ ସିଂ ନାମକ ଜଣେ ଯୁବକ ରାସ୍ତାରେ ଅଳିଆ ଫିଙ୍ଗୁଥିବା ବେଳେ ଅନୁଷ୍କା ତାଙ୍କୁ ଡ଼ାକି ଏପରି ନ କରିବା ପାଇଁ ତାଗିଦ୍‌ କରିଥିଲେ । ଏହି ସମୟରେ ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ୍‌ ଏବଂ ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହଲି ଏହାର ଏକ ଭିଡ଼ିଓ ତିଆରି କରି ସେୟାର କରିବା ସହ ଲୋକମାନଙ୍କୁ ଏପରି ନ କରିବା ପାଇଁ କହିଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା ତାଙ୍କର ଏହି କାମ ତାଙ୍କୁ ହିଁ ଭାରୀ ପଡ଼ିବ ।

publive-image bollywoodbubble.com

ଏହି ଭିଡ଼ିଓ ପରେ ଅର୍‌ହାନ ଏବଂ ତାଙ୍କ ମା’ ଅନୁଷ୍କାଙ୍କୁ ଗାଳି କରିବା ସହ ଏହା ତାଙ୍କର ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି କହିଥିଲେ । ଏବେ ଏହି ଘଟଣାକୁ ନେଇ ପୁଣିଥରେ ଇନ୍‌ଷ୍ଟାଗ୍ରାମରେ ଟ୍ରୋଲ ହୋଇଛନ୍ତି ଅନୁଷ୍କା । ନିଜର ଏକ ବ୍ରାଣ୍ଡ ନୁସ୍‌ ଭିଡ଼ିଓ ଅନୁଷ୍କା ଇନ୍‌ଷ୍ଟା ପୋଷ୍ଟ କରିଥିବା ବେଳେ ଜଣେ ବ୍ୟବହାରକାରୀ ତାଙ୍କୁ ଗାର୍ବେଜ୍‌ ଓମେନ୍‌ କହି ଟ୍ରୋଲ କରିଥିଲେ । ଆଉ ଜଣେ ବ୍ୟବହାକାରୀ ଯଦି ତୁମେ ଭାରତକୁ ସତରେ ସ୍ୱଚ୍ଛ କରିବା ପାଇଁ ଚାହୁଁଛ, ତେବେ କାହାକୁ ଜ୍ଞାନ ନ ଦେଇ ନିଜେ ଯାଇ ଅଳିଆକୁ ଡ଼ଷ୍ଟବିନ୍‌ରେ ଫିଙ୍ଗି ଦେଇଥାନ୍ତ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe