ଅନୁଷ୍କାଙ୍କ ଫଟୋ ଫ୍ରେମ୍‌ରେ ବାପା ଅଜୟଙ୍କ ଛାଇ

Advertisment
ଅନୁଷ୍କାଙ୍କ ଫଟୋ ଫ୍ରେମ୍‌ରେ ବାପା ଅଜୟଙ୍କ ଛାଇ

India Today

ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ହାଲ୍‌କା ଗୋଲାପି ରଙ୍ଗର ସାଲ୍‌ୱାର କମିଜ୍‌ ସହ ଅଳ୍ପ ମେକ୍‌-ଅପ୍‌ରେ ଅନୁ‌ଷ୍କା ଖୁବ୍ ଆକର୍ଷଣୀୟ ଲାଗୁଥିବା ବେଳେ ଏହି ଫଟୋଟି ତାଙ୍କ ବାପା ଅଜୟ କୁମାର ଶର୍ମା ଉଠାଇଥିବା ଜଣାପଡ଼ିଛି। ଅନୁଷ୍କାଙ୍କ ଏହି ଫଟୋରେ ବାପା ଅଜୟଙ୍କ ଛାଇ ଦେଇଥିବାକୁ ମିଳିଛି।

ନିଜ ଝିଅର ଏକ ଉତ୍କୃଷ୍ଟ ଫଟୋ ଉଠାଇବାକୁ ବାପା କିପରି ଅଳ୍ପ ନଇଁ ଭାରି ସ୍ନେହରେ ଫଟୋ ଉଠାଉଛନ୍ତି, ଫଟୋରେ ଉଠିଥିବା ତାଙ୍କ ଛାଇରୁ ସ୍ପଷ୍ଟ ହେଉଛି। ଅନୁଷ୍କା ଇନ୍‌ଷ୍ଟାରେ ଏହି ଫ‌ଟୋ ସେୟାର କରିବା ସହ ଲେଖିଛନ୍ତି, ‌‌ଯେତେବେଳେ ତୁମ ବାପା ତୁମର ସବୁଠାରୁ ସୁନ୍ଦର ଫଟୋଟିଏ ଉଠାନ୍ତି ଓ ତାଙ୍କୁ ଫ୍ରେମ୍‌ରୁ କାଟି ଦେବାକୁ କୁହନ୍ତି, କିନ୍ତୁ ତୁମେ କାଟି ପାରନା..କାରଣ ତୁମେ ଜଣେ ଝିଅ...। ଅନୁଷ୍କାଙ୍କ ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିବା ବେଳେ କିଛି ଘଣ୍ଟା ମଧ୍ୟରେ ୧୯ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe