ଅଭିନେତ୍ରୀ ଅନୁଷ୍କାଙ୍କର ଦୁଇଟି ରୂପ!

ଅଭିନେତ୍ରୀ ଅନୁଷ୍କାଙ୍କର ଦୁଇଟି ରୂପ!

ମୁମ୍ବାଇ: ନିଜ ପ୍ରଯୋଜନା ସଂସ୍ଥାରେ ଅଭିନେତ୍ରୀ ଅନୁଷ୍କା ଶର୍ମା ‘ଏନ୍‌ଏଚ୍‌୧୦’ ଏବଂ ‘ଫିଲୌରି’ ଚଳଚ୍ଚିତ୍ରରେ ଅଭିନୟର ଜଲ୍‌ଓ୍ଵା ଦେଖାଇବା ପରେ ଆଗକୁ ଦେଖିବାକୁ ମିଳିବେ ତାଙ୍କର ତୃତୀୟ ଭେଞ୍ଚର୍‌ ଚଳଚ୍ଚିତ୍ର ‘ପରୀ’ରେ। ଅପ୍‌କମିଂ ହର୍‌ର ଚଳଚ୍ଚିତ୍ରରେ ଅନୁଷ୍କାଙ୍କ ଭୟାନକ୍‌ ଲୁକ୍‌ର ଫଟୋ ଦର୍ଶକଙ୍କ ମନ ମୋହି ପାରିଛି। ତେବେ, ଚରିତ୍ର ବିଷୟରେ ବେଶି କିଛି ଜଣାନଥିଲେ ବି ନବ ବିବାହିତା ଅନୁଷ୍କା ଚଳଚ୍ଚିତ୍ରଟିରେ ଦୁଇଟି ଭୂମିକାରେ ନଜର ଆସୁଛନ୍ତି ବୋଲି ସୂଚନା ହସ୍ତଗତ ହୋଇଛି।

publive-image

ସୁନ୍ଦରୀ ଅନୁଷ୍କାଙ୍କୁ ଭୁତୁଣୀ ରୁକ୍ସାନା ଚରିତ୍ରକୁ ପ୍ରତିପାଦନ କରିବା ପାଇଁ ଏକ ଭିନ୍ନ ମେକ୍‌ଅପ୍‌ ଦିଆଯାଇଛି। ତାଙ୍କ ଆଇବ୍ରୋର ଆକୃତିରେ ପରିବର୍ତ୍ତନ ଅଣାଯାଇଛି। ଆଖିରେ ଲେନ୍ସ ବ୍ୟବହାର କରାଯିବା ସହ ଆଖି ତଳେ କଳା ମେକ୍‌ଅପ୍‌ କରାଯାଇଛି। ଫଳରେ ବବ୍‌ଲୀ ଅନୁଷ୍କା ଦିଶୁଛନ୍ତି ଖୁବ୍‌ କ୍ଳାନ୍ତ। ଓଠକୁ ଏପରି ମେକ୍‌ଅପ୍‌ ଦିଆଯାଇଛି ଯେ ତାହା ଖୁବ୍‌ ଶୁଷ୍କ ଦିଶୁଛି। ଗାଲରେ ସାମାନ୍ୟ ଗୋଲାପି ରଂଗ ଦେଇ ଅନୁଷ୍କାଙ୍କ ଚେହେରାକୁ ସଂପୂର୍ଣ୍ଣ ବଦଳାଇ ଦିଆଯାଇଛି ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଆଗାମୀ ୨ ତାରିଖରେ ଚଳଚ୍ଚିତ୍ର ‘ପରୀ’ ରିଲିଜ୍‌ ହେବାକୁ ଯାଉଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe