ଅନୁଷ୍କା ସେଟ୍ଟୀଙ୍କ ସହ ନିଜ ସଂପର୍କ ବିଷୟରେ କ’ଣ କହିଲେ ବାହୁବଲୀ ଓରଫ ପ୍ରଭାସ ?

Advertisment
ଅନୁଷ୍କା ସେଟ୍ଟୀଙ୍କ ସହ ନିଜ ସଂପର୍କ ବିଷୟରେ କ’ଣ କହିଲେ ବାହୁବଲୀ ଓରଫ ପ୍ରଭାସ ?

ବଡ଼ ପରଦାରେ ବାହୁବଲୀ ସାଜିଥିବା ଅଭିନେତା ପ୍ରଭାସ ଏବଂ ଲୋକପ୍ରିୟ ଦକ୍ଷିଣ ଭାରତୀୟ ନାୟିକା ଅନୁଷ୍କା ସେଟ୍ଟୀଙ୍କ ସଂପର୍କକୁ ନେଇ ଅନେକ ସମୟରେ ନାନା କଥା ଶୁଣିବାକୁ ମିଳୁଛି। କିଛିଦିନତଳେ କୁହାଗଲା ଯେ ଏହି ପ୍ରେମୀଯୁଗଳ ଏଇ ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ହେଲେ ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବାହୁବଲୀ ଓରଫ ପ୍ରଭାସ ।

ସେ କହିଛନ୍ତି ‘ଆମେ ପ୍ରାୟ ନଅ ବର୍ଷ ହେଲା ସାଙ୍ଗ ହୋଇଛୁ। ଅନୁଷ୍କା ମୋର ଜଣେ ଭଲ ସାଙ୍ଗ। ଯେତେବେଳେ ଜଣେ ପୁରୁଷ କଳାକାର ଜଣେ ଜଣେ ମହିଳାଙ୍କ ସହ କାମ କରନ୍ତି ସେତେବେଳେ ଲିଙ୍କ ଅପ୍‌ କଥା ଚର୍ଚ୍ଚା ହୁଏ। ଆମ କ୍ଷେତ୍ରରେ ବି ତାହା ଘଟିଛି। କିନ୍ତୁ ଆମେ ନିଷ୍ପତ୍ତି ନେଇଥିଲୁ ଯେ ଯାହା ବି ଖବରକୁ ଗୁରୁତ୍ୱ ଦେବୁ ନାହିଁ। କାରଣ ଆମେ ରୋମାଣ୍ଟିକଭାବେ କୌଣସିମତେ ପରସ୍ପର ସହ ଯୋଡି ହୋଇନାହୁଁ।’ ପ୍ରଭାସଙ୍କ ଅପକମିଂ ମୁଭି‘ସାହୋ’ରେ ଅନୁଷ୍କା ସେଟ୍ଟୀ ଫିମେଲ ଲିଡରେ ନଜର ଆସିବେ ବୋଲି ପ୍ରଥମେ ଶୁଣିବାକୁ ମିଳୁଥିଲା ହେଲେ ଶେଷ ସମୟରେ ଏହି ଭୂମିକା ବଲିଉଡ ନାୟିକା ଶ୍ରଦ୍ଧା କପୁରଙ୍କୁ ମିଳିଛି। ଏହି ସିନେମାରେ ପ୍ରଭାସ ସୁଜାତା ରେଡୀଙ୍କ ସହ ବି ରୋମାନସ୍‌ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe