ପ୍ରଯୋଜିକା ହେବେନି, ବରଂ ଏହି ସିନେମାରେ ନାୟିକା ସାଜିବେ ଅନୁଷ୍କା ଶର୍ମା

ନେଟ୍‌ଫ୍ଲିକ୍ସ, ଆମାଜନ ସହ ୪୦୦ କୋଟିର ଡିଲ୍‌ କଲା ଅନୁଷ୍କାଙ୍କ ପ୍ରଡକ୍ସନ ହାଉସ୍‌

photo-navbharattimes

ମୁମ୍ବାଇ: ବଲିଉର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମାଙ୍କର ଗତ ବର୍ଷ ବେଶ୍‌ କେତୋଟି ଫିଲ୍ମ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ଗୁଡ଼ିକ ହେଲା ଜିରୋ,ସଂଜୁ,ସୁଇ ଧାଗା:ମେଡଇନ୍‌ ଇଣ୍ଡିଆ ଓ ‘ପରୀ’ ଇତ୍ୟାଦି। ତେବେ ଚଳିତ ବର୍ଷ ଏଯାଏଁ ଅନୁଷ୍କାଙ୍କର କୌଣସି ଗୋଟିଏ ବି ସିନେମା ରିଲିଜ୍ ହୋଇ ନାହିଁ। ଏପରିକି ସେ କୌଣସି ନୂଆ ସିନେମା ସାଇନ୍‌ କରି ନଥିବା ଜଣାଯାଇଛି।

ଅନୁଷ୍କା ଶର୍ମାଙ୍କ ପାଖକୁ ନିୟମିତ ଭାବେ ନୂଆ ସିନେମା ପାଇଁ ପ୍ରସ୍ତାବ ଆସୁଛି,ମାତ୍ର ସେଥିମଧ୍ୟରୁ କୌଣସି ଗୋଟିଏକୁ ବି ସେ ସ୍ୱୀକାର କରୁନାହାନ୍ତି। କୁହାଯାଉଛି ଯେ ଯେଉଁ ଫିଲ୍ମ ମିଳୁଛି,ସେଥିରେ ନିଜ ଭୂମିକାକୁ ନେଇ ଅନୁଷ୍କା ସନ୍ତୁଷ୍ଟ ନୁହଁନ୍ତି।ଏହି କାରଣରୁ ସେ ନୂଆ ସିନେମା ସାଇନ୍‌ କରୁନାହାନ୍ତି।

publive-image photo-jansatta

ଏଣେ ଆଉ ଏକ ଚର୍ଚ୍ଚା ବି ଜୋର୍‌ ଧରିଥିଲା କି ଅନୁଷ୍କା ଶର୍ମା ଆଉ ଅଭିନୟ କରିବେ ନାହିଁ। ସେ କେବଳ ପ୍ରଯୋଜନାରେ ମନୋନିବେଶ କରିବେ। ହେଲେ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ ଅନୁଷ୍କା ଶର୍ମା ଖୁବ୍‌ ଶୀଘ୍ର ଏକ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହେବେ। ଏହି ସିନେମାରେ ତାଙ୍କୁ ଦର୍ଶକ ଜଣେ ମହିଳା ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ। ଖୁବ୍‌ ଶୀଘ୍ର ଏହି ଫିଲ୍ମ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଜଣାଯାଇଛି। ସବୁଠୁଁ ବଡ଼ କଥା ହେଲା ଏହି ରୋଲ୍‌ ଲାଗି ଅନୁଷ୍କା ଶର୍ମା ଇତି ମଧ୍ୟରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe