ଗର୍ଭବତୀ ଅଛନ୍ତି ଅନୁଷ୍କା! ସାକ୍ଷାତ୍‌କାରରେ ଖୁଲାସା ହେଲା

Advertisment
ଗର୍ଭବତୀ ଅଛନ୍ତି ଅନୁଷ୍କା! ସାକ୍ଷାତ୍‌କାରରେ ଖୁଲାସା ହେଲା

ମୁମ୍ବାଇ: ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ୍‌ ଷ୍ଟାର୍‌ ଅନୁଷ୍କା ଶର୍ମା ଓ କ୍ରିକେଟ୍‌ ତାରକା ବିରାଟ କୋହଲି। ଇତି ମଧ୍ୟରେ ତାଙ୍କ ବିବାହକୁ ଏକ ବର୍ଷ ବିତି ଗଲାଣି। ବିବାହ ସରିବା ପରେ ପ୍ରତ୍ୟେକ ଷ୍ଟାର୍‌କୁ ଏକ ଖବର ଶୁଣିବାକୁ ମିଳିଥାଏ। ଖବରଟି ହେଉଛି ସେମାନଙ୍କୁ ଖୁବ୍‌ ଶୀଘ୍ର ସନ୍ତାନ ପ୍ରାପ୍ତ ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥାଏ। ଖବରଟି କେତେ ସତ କେତେ ମିଛ ତାହା ତ ପରବର୍ତ୍ତୀ କଥା। ମାତ୍ର ଏମିତି ଖବର ପ୍ରକାଶ ପାଇଥାଏ ନିଶ୍ଚୟ।

ବିରାଟ ଓ ଅନୁଷ୍କାଙ୍କୁ ନେଇ ମଧ୍ୟ ଏମିତି ଏକ ଖବର ଚର୍ଚ୍ଚା ପାଲଟିଛି। ପ୍ରଶଂସକମାନେ ମନରେ ଆଶା ବାନ୍ଧିଲେରି ଯେ ଖୁବ୍‌ ଶୀଘ୍ର ବିରୁଷ୍କା ମାମାବାବା ବନିବେ। ମାତ୍ର ଖବରଟିର ସତ୍ୟାସତ୍ୟ ସେବେ ଜଣାପଡ଼ିଲା ଯେତେବେଳେ ଅନୁଷ୍କା ଗଣମାଧ୍ୟମରେ ଏକଦମ ରୋକଠୋକ ଜବାବ ଦେଲେ।

ଅନୁଷ୍କା ଏହି ଖବରକୁ ଏକ ଗୁଜବର ନାମ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ଲୁଚେଇବା ପରି ଖବର ଆଦୌ ନୁହେଁ। ଯେଉଁମାନେ ଏପରି ଏକ ଖବର ପ୍ରଘଟ କରିଛନ୍ତି ସେମାନେ ୪ ମାସ ପରେ ଲଜ୍ଜା ଅନୁଭବ କରିବେ। ଚାରି ମାସ ପରେ ସେମାନେ ନିଜକୁ ନିଜେ କହିବେ ଯେ ମିଛ ଖବର ପ୍ରକାଶ କରିଥିଲେ ବୋଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe