ମିଳିଲା ସବୁଠାରୁ ବଡ଼ ଜନ୍ମଦିନ ଉପହାର: ୫୦ ବର୍ଷରେ ବାପା ବନିଲେ ‘ପରଦେଶ’ ତାରକା

Advertisment
ମିଳିଲା ସବୁଠାରୁ ବଡ଼ ଜନ୍ମଦିନ ଉପହାର: ୫୦ ବର୍ଷରେ ବାପା ବନିଲେ ‘ପରଦେଶ’ ତାରକା

ମୁମ୍ବାଇ: ବାପାମାଆ ବନିବା ଦୁନିଆର ସବୁଠାରୁ ବଡ଼ ସୁଖ। କିନ୍ତୁ ସେହି ସୁଖ ସମସ୍ତଙ୍କ ଭାଗ୍ୟରେ ନଥାଏ। ଏମିତି ବି ଲୋକ ଅଛନ୍ତି ଯାହାଙ୍କୁ ସନ୍ତାନ ପ୍ରାପ୍ତି ସୁଖ ଖୁବ୍ ବିଳମ୍ବରେ ପ୍ରାପ୍ତ ହୁଏ।

ସେହି ଲୋକମାନଙ୍କ ମଧ୍ୟରୁ ଅଭିନେତା ଅପୂର୍ବ ଅଗ୍ନିହୋତ୍ରି ଅନ୍ୟତମ। ସେ ବିବାହର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହି ସୁଖରୁ ବଞ୍ଚିତ ହୋଇଥିବା ବେଳେ ୧୮ ବର୍ଷ ପରେ ବାପା ବନିଛନ୍ତି। ତାଙ୍କ ପତ୍ନୀ ଶିଳ୍ପା ସକ୍ଲାନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ଅପୂର୍ବ ଏକ ଇନଷ୍ଟା ପୋଷ୍ଟ ଜରିଆରେ ନିଜର ଏହି ଖୁସି ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ ଏହା ଥିଲା ଈଶ୍ବରଙ୍କ ପକ୍ଷରୁ ତାଙ୍କ ପାଇଁ ସବୁଠାରୁ ବଡ଼ ଜନ୍ମଦିନ ଉପହାର। ଏହାଠାରୁ ବଡ଼ ଉପହାର ତାଙ୍କ ପାଇଁ ଆଉ କିଛି ହୋଇ ନପାରେ।

ସେ ଇନଷ୍ଟାରେ ନିଜ ଝିଅର ଏକ ଝଲକ ଦେଖେଇଛନ୍ତି। ୫୦ ବର୍ଷ ବୟସରେ ଅପୂର୍ବ ବାପା ବାନିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ନିକଟ ଅତୀତରେ ଶିଳ୍ପା ଏକ ସାକ୍ଷାତକାରରେ କହିଥିଲେ ଯେ ‘ପରଦେଶ୍’ ଫିଲ୍ମ ଦେଖିବା ପରେ ସେ ଅପୂର୍ବଙ୍କୁ ନିଜର ମନ ଦେଇ ସାରିଥିଲେ। ପରବର୍ତ୍ତୀ ସମୟରେ ଭାଗ୍ୟକୁ ସେ ଦୁହେଁ 'କିୟୁଁ କି ଶାଶ ଭି କଭି ବୋହୂ ଥି' ଧାରାବହିକରେ ଏକତ୍ର ନଜର ଆସିଥିଲେ। କିଛି ଦିନ ପର୍ଯ୍ୟନ୍ତ ପରସ୍ପରଙ୍କୁ ଡେଟ୍ କରିବା ପରେ ୨୦୦୪ ମସିହାରେ ସେ ଦୁହେଁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe