ଛାଡ଼ପତ୍ରକୁ ନେଇ ଖୁସି ନାହାନ୍ତି ସାଇରା-ରହମାନ: ସାଇରାଙ୍କ ଓକିଲ

ରହମାନ ଓ ସାଇରା ୨୯ବର୍ଷ ହେଲାଣି ବିବାହିତ ଥିଲେ। ଏତେ ବର୍ଷ ବିତିବା ପରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେବା ସହଜ ନଥିଲା ବୋଲି କହିଛନ୍ତି ସାଇରାଙ୍କ ଓକିଲ ବନ୍ଦନା ଶାହ।

tsairahma

ମୁମ୍ବାଇ: ସଙ୍ଗୀତ ସମ୍ରାଟ ଏଆର୍ ରହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ମଙ୍ଗଳବାର ରାତିରେ ବିବାହର ୨୯ବର୍ଷ ପରେ ଛାଡପତ୍ର ନେଉଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ଦମ୍ପତିଙ୍କର ତିନୋଟି ସନ୍ତାନ, ଗୋଟିଏ ପୁଅ ଏଆର୍ ଅମିନ ଏବଂ ଦୁଇ ଝିଅ ଖତିଜା ରହମାନ ଓ ରହୀମା ରହମାନ ଅଛନ୍ତି। ପତ୍ନୀ ଛାଡ଼ପତ୍ର ଦେଉଥିବା ନେଇ ଘୋଷଣା କରିବା ପରେ ଏବେ ଦୁହେଁ ଛାଡ଼ପତ୍ରକୁ ନେଇ ଖୁସି ନଥିବା ସାମ୍ନାକୁ ଆସିଛି।

ସାଇରା ବାନୁଙ୍କ ଓକିଲ ବନ୍ଦନା ଶାହ ଏହି ଖୁଲାସା କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, "ରହମାନ ଓ ସାଇରା ୨୯ବର୍ଷ ହେଲାଣି ବିବାହିତ ଥିଲେ। ଏତେ ବର୍ଷ ବିତିବା ପରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେବା ସହଜ ନଥିଲା। ଏଭଳି ଛାଡ଼ପତ୍ର ଦେଉଥିବାରୁ ଦୁହିଁଙ୍କ ମଧ୍ୟରୁ କେହି ବି ଖୁସି ନାହାନ୍ତି। ଏବେ ଆମେ ଏହାକୁ ବିବାଦୀୟ ନକରି ଶାନ୍ତିପୂର୍ଣ୍ଣ ଭାବେ ସବୁ କରିବାକୁ ଚାହୁଛୁ। ଆଗକୁ ଆଇନଗତ ଭାବେ ଯାହା ହେବ ଶାନ୍ତିପୂର୍ଣ୍ଣ ଭାବେ ହେବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe