ମୁମ୍ବାଇ: ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏଆର୍ ରହମାନଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଛାଡ଼ପତ୍ର ଦେଇଛନ୍ତି। ଆଜି ରାତି ଏକ ପ୍ରେସ୍ ବାର୍ତ୍ତାରେ ସାଇରା ଏହି ସୂଚନା ଦେଇଛନ୍ତି। ୨୯ ବର୍ଷ ତଳେ ରହମାନ ଓ ସାଇରାଙ୍କ ମଧ୍ୟରେ ବିବାହ ହୋଇଥିଲା। ଗତ କିଛି ଦିନ ହେଲା ସେମାନଙ୍କ ସଂପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା।
କଷ୍ଟ ଏବଂ ଯନ୍ତ୍ରଣା ପାଇବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସାଇରା କହିଛନ୍ତି। ବର୍ତ୍ତମାନର ଜଟିଳ ସମୟରେ ଜନସାଧାରଣ ସେମାନଙ୍କ ଗୋପନୀୟତାକୁ ଗୁରୁତ୍ବ ଦେବେ ଏବଂ ସେମାନଙ୍କୁ ବୁଝିବେ ବୋଲି ସେ ଅନୁରୋଧ କରିଛନ୍ତି। ରହମାନ ୧୯୯୫ ମସିହାରେ ସାଇରାଙ୍କୁ ବିବାହ କରିଥିଲେ। ଏକ ସୋ’ରେ ରହମାନ କହିଥିଲେ ସେ ସାଇରାଙ୍କ ସହିତ ତାଙ୍କ ମା ବିବାହ ସ୍ଥିିର କରିଥିଲେ।
ନିଜ ପାଇଁ ଝିଅ ଖୋଜିବା ଲାଗି ତାଙ୍କ ନିକଟରେ ସମୟ ନଥିବାରୁ ମା’ଙ୍କ ପସନ୍ଦରେ ସେ ବିବାହ କରିଥିଲେ ବୋଲି କହିଥିଲେ। ରହମାନ ଓ ସାଇରାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପୁଅ ନାମ ଅମିନ ରହମାନ ହୋଇଥିବା ବେଳେ ଝିଅ ଦ୍ବୟଙ୍କ ନାମ ଖତିଜା ଓ ରହିମା।
Follow Us