ମୁମ୍ବାଇ: ମ୍ୟୁଜିକ୍ କମ୍ପୋଜର୍ ଏଆର୍ ରେହମାନ କିଛିଦିନ ତଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରେହମାନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ରେହମାନଙ୍କର ଇସିଜି ଏବଂ ଇକୋକାର୍ଡିୟୋଗ୍ରାମ୍ ସହିତ ଅନେକ ପରୀକ୍ଷା କରାଇଥିଲେ।
ଏକ ସାକ୍ଷାତକାରରେ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ରେହମାନ କହିଛନ୍ତି, ‘ଯେଉଁ ସବୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି ସବୁକିଛି ମୋର ଭୁଲ କାରଣରୁ ହୋଇଛି। ମୁଁ ଅନେକ ସମୟରେ ଉପବାସ କରିବା ସହିତ ନିରାମିଷ ଭୋଜନ ଖାଉଥିଲି। ଯେଉଁ କାରଣରୁ ମୋର ଶରୀରରେ ଗ୍ୟାସ ସମସ୍ୟା ଦେଖା ଦେଇଥିଲା। ଲୋକେ ଯେଉଁ ଗୁଜବ ପ୍ରଚାର କରୁଛନ୍ତି କି ଛାଡ଼ପତ୍ର ପରେ ମୋର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି ସେମିତି କିଛି କାରଣ ନାହିଁ।
Follow Us