ହିନ୍ଦୀ ଭାଷା ବ୍ୟବହାର କରିବାରୁ ମଞ୍ଚ ଉପରେ ଉପସ୍ଥାପିକାଙ୍କୁ ଏପରି କହିଲେ ଏ ଆର୍‌ ରହମାନ, ଭିଡିଓ ଭାଇରାଲ୍‌

Advertisment
ହିନ୍ଦୀ ଭାଷା ବ୍ୟବହାର କରିବାରୁ ମଞ୍ଚ ଉପରେ ଉପସ୍ଥାପିକାଙ୍କୁ ଏପରି କହିଲେ ଏ ଆର୍‌ ରହମାନ, ଭିଡିଓ ଭାଇରାଲ୍‌

India TV News

ମୁମ୍ବାଇ: କଣ୍ଠଶିଳ୍ପୀ ଏ ଆର୍‌ ରହମାନ ତାଙ୍କର ଏକ ଅଡିଓ ରିଲିଜ୍‌ ଉତ୍ସବରେ ଜଣେ ଉପସ୍ଥାପିକାଙ୍କୁ ଟ୍ରୋଲ୍‌ କରି ଭାଇରାଲ୍‌ ହୋଇଛନ୍ତି। ଉପସ୍ଥାପିକା ଜଣକ ହିନ୍ଦୀରେ ଉପସ୍ଥାପନା କରୁଥିବାର ଶୁଣି ତାଙ୍କୁ ଥଟ୍ଟା କରି ଏ ଆର୍‌ ରହମାନ ପ୍ରଶ୍ନ କରିଥିଲେ- ‘ହିନ୍ଦୀ!’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅଡିଓ ରିଲିଜ୍‌ ଉତ୍ସବରେ ଏ ଆର୍‌ ରହମାନଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ଥିଲେ ଅଭିନେତା ଏହାନ ଭଟ୍ଟ। ଉପସ୍ଥାପିକା ଜଣକ ପ୍ରଥମେ ଇଂରାଜୀରେ ଏ ଆର୍‌ ରହମାନଙ୍କୁ ଧନ୍ୟବାଦ ଜଣାଇବା ପରେ ଅଭିନେତା ଏହାନ ଭଟ୍ଟଙ୍କୁ ସ୍ବାଗତ କରିବାକୁ ହିନ୍ଦୀ ଭାଷାର ପ୍ରୟୋଗ କରିଥିଲେ। ତାହାକୁ ଶୁଣିବା ପରେ ସ୍ମିତହାସ୍ୟ ଦେଇ ଏ ଆର୍‌ ରହମାନ ପ୍ରଶ୍ନ କରିଥିଲେ- ‘ହିନ୍ଦୀ!’। ଉପସ୍ଥାପିକା ଜଣକ ହସି କରି ତାମିଲ୍‌ରେ ଉତ୍ତର ଦେଲେ ଏହା କେବଳ ଏହାନ ଭଟ୍ଟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ସାର୍‌। ପରେ ଏ ଆର୍‌ ରହମାନ ମଜା କରୁଥିଲି ବୋଲି ଉତ୍ତର ଦେଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ତାମିଲନାଡୁର ଲୋକମାନେ ସର୍ବଦା ହିନ୍ଦୀ ବିରୋଧୀ ଅଭିଯାନ କରିଥାନ୍ତି। ଗତ କିଛି ମାସ ତଳେ କିଛି ସେଲିବ୍ରିଟି ଏବଂ ସାଧାରଣ ନାଗରିକ ହିନ୍ଦୀ ବିରୋଧୀ ଅଭିଯାନରେ ସାମିଲ୍‌ ହୋଇ ହିନ୍ଦୀ ଭାଷାକୁ ବିରୋଧ କରି ଟି-ସାର୍ଟ ପିନ୍ଧିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe