ଛାଡ଼ପତ୍ରକୁ ବ୍ରେକଅପ ଲେଖି ଟ୍ରୋଲ୍ ହେଲେ ରହମାନ

ସଙ୍ଗୀତ ସମ୍ରାଟ ଏଆର୍ ରହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ମଙ୍ଗଳବାର ରାତିରେ ବିବାହର ୨୯ବର୍ଷ ପରେ ଛାଡପତ୍ର ନେଉଥିବା ଘୋଷଣା କରିଥିଲେ | ଏବେ ଛାଡ଼ପତ୍ରକୁ ବ୍ରେକଅପ ଲେଖି ଟ୍ରୋଲ୍ ହେଉଛନ୍ତି ଏଆର ରହମାନ |

tarrehmaan

ମୁମ୍ବାଇ: ସଙ୍ଗୀତ ସମ୍ରାଟ ଏଆର୍ ରହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ମଙ୍ଗଳବାର ରାତିରେ ବିବାହର ୨୯ବର୍ଷ ପରେ ଛାଡପତ୍ର ନେଉଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ଦମ୍ପତିଙ୍କର ତିନୋଟି ସନ୍ତାନ, ଗୋଟିଏ ପୁଅ ଏଆର୍ ଅମିନ ଏବଂ ଦୁଇ ଝିଅ ଖତିଜା ରହମାନ ଏବଂ ରହୀମା ରେହମାନ ଅଛନ୍ତି। ପତ୍ନୀ ଛାଡ଼ପତ୍ର ଦେଉଥିବା ନେଇ ଘୋଷଣା କରିବା ପରେ ଏବେ ଏଆର ରହମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି |

ପତ୍ନୀଙ୍କ ଘୋଷଣାର କିଛି ଘଣ୍ଟା ପରେ ରହମାନ ଏକ୍ସରେ ପୋଷ୍ଟ କରିଥିଲେ, "ଆମେ ଆମ ବିବାହକୁ ୩୦ବର୍ଷ ପର୍ଯ୍ୟନ୍ତ ନେବାକୁ ଚେଷ୍ଟା କରିଥିଲୁ | କିନ୍ତୁ ଏମିତି ଲାଗୁଛି ଯେ ସବୁ ଜିନିଷର ଅନ୍ତ ଥାଏ । ଯାହା ଭାବିଥିଲୁ ତାହା ହୋଇପାରିଲା ନାହିଁ | ଏହି କଷ୍ଟ ସମୟ ଦେଇ ଗତି କରୁଥିବା ବେଳେ ଆମର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଧନ୍ୟବାଦ। " ଏଭଳି ଲେଖିବା ପରେ ସେ ହାସଟ୍ୟାଗ ଦେଇ ଲେଖିଥିଲେ  ଏଆରଆରସାଇରାବ୍ରେକଅପ | ଛାଡ଼ପତ୍ରକୁ ବ୍ରେକଅପ ଲେଖିଥିବାରୁ ଏବେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି | ଏହା ସହ ଏଭଳି ଘୋଷଣା କରି କିଏ ହାସଟ୍ୟାଗ ଦିଏ ବୋଲି କିଛି ଲୋକେ ପ୍ରଶ୍ନ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe