‘ମୋର ଆପଣମାନଙ୍କୁ ଅନୁରୋଧ ମୋତେ ରହମାନଙ୍କ ପୂର୍ବତନ ସ୍ତ୍ରୀ କୁହନ୍ତି ନାହିଁ’

ସଂଗୀତକାରଙ୍କ ପତ୍ନୀ ସାଇରା ବାନୁଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସ୍ୱାମୀ ରହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେବା ସହିତ ସେ ଲୋକମାନଙ୍କୁ ରହମାନଙ୍କ 'ପୂର୍ବତନ ସ୍ତ୍ରୀ' ନ କହିବା ପାଇଁ ଏକ ବିଶେଷ ଅନୁରୋଧ କରିଛନ୍ତି।

hhh

ନୂଆଦିଲ୍ଲୀ: ଓସ୍କାର ବିଜେତା  ସଂଗୀତକାର ଏଆର ରହମାନଙ୍କୁ ଡିହାଇଡ୍ରେସନ୍ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରହମାନଙ୍କ ପୁଅ ଅମିନ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,‘ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ସେ ଘରକୁ ଫେରି ଆସିଛନ୍ତି।’

ଏଭଳି ସ୍ଥିତିରେ ସଂଗୀତକାରଙ୍କ ପତ୍ନୀ ସାଇରା ବାନୁଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସ୍ୱାମୀ ରହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେବା ସହିତ ସେ ଲୋକମାନଙ୍କୁ ତାଙ୍କୁ 'ପୂର୍ବ ସ୍ତ୍ରୀ' ନ କହିବା ପାଇଁ ଏକ ବିଶେଷ ଅନୁରୋଧ କରିଛନ୍ତି।

ସାଇରା ଏକ ଭଏସ୍ ନୋଟ୍ ମାଧ୍ୟମରେ କହିଛନ୍ତି, 'ମୁଁ ଖବର ପାଇଛି ଯେ ଏଆର୍ ରହମାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ତାଙ୍କର ଆଞ୍ଜିଓଗ୍ରାଫି ହୋଇଥିଲା ଏବଂ ଆଲ୍ଲାଙ୍କ କୃପାରୁ ସେ ଏବେ ସୁସ୍ଥ ଅଛନ୍ତି।

ତେବେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆଉ ଏକ କଥା କହିବାକୁ ଚାହୁଁଛି ଯେ ରହମାନଙ୍କ ସହ ମୋର ଆନୁଷ୍ଠାନିକ ଭାବରେ ଛାଡପତ୍ର ହୋଇନାହିଁ। ଆମେ ଏବେ ବି ସ୍ୱାମୀ-ସ୍ତ୍ରୀ। ଆମେ କେବଳ ଅଲଗା ହୋଇଛୁ। କାରଣ ମୁଁ ଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିଲି । ‌ତେଣୁ  ତାଙ୍କୁ ଅଧିକ ଚାପ ଦେବାକୁ ଚାହୁଁ ନଥିଲି।

ଦୟାକରି ମୋତେ ତାଙ୍କର ପୂର୍ବତନ ସ୍ତ୍ରୀ ବୋଲି କୁହନ୍ତୁ ନାହିଁ। ମୋର ପ୍ରାର୍ଥନା ସବୁବେଳେ ତାଙ୍କ ସହିତ ଅଛି ଏବଂ ମୁଁ ଆପଣ ସମସ୍ତଙ୍କୁ, ବିଶେଷକରି ତାଙ୍କ ପରିବାରକୁ ଅନୁରୋଧ କରୁଛି ଯେ ତାଙ୍କୁ ଚାପ ଦିଅନ୍ତୁ ନାହିଁ ଏବଂ ତାଙ୍କର ଯତ୍ନ ନିଅନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe