‘ଦବଙ୍ଗ-୩’ ନିର୍ମାଣ କରିବା ଆଗରୁ ପିତାଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ କରିବେ ଅରବାଜ୍‌ ଖାନ୍‌

Advertisment
‘ଦବଙ୍ଗ-୩’ ନିର୍ମାଣ କରିବା ଆଗରୁ ପିତାଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ କରିବେ ଅରବାଜ୍‌ ଖାନ୍‌

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଅରବାଜ୍‌ ଖାନ୍‌ ଏବେ ତାଙ୍କର ପୂର୍ବ ସୁପରହିଟ୍‌ ଫିଲ୍ମ ‘ଦବଙ୍ଗ୍‌’ ଓ ‘ଦବଙ୍ଗ୍‌-୨’ର ସିକ୍ୱେଲ୍‌ ‘ଦବଙ୍ଗ୍‌-୩’ର ନିର୍ମାଣ କାମରେ ଅଧିକ ମନୋନିବେଶ କରିଛନ୍ତି। ଅରବାଜ୍‌ ଖାନ୍‌ଙ୍କ କହିବା ଅନୁଯାୟୀ ‘ଦବଙ୍ଗ-୩’ର ସ୍କି୍ରପ୍ଟ୍‌ କାମ ସରିଛି ଓ ସୁଟିଂ ଲୋକେସନ୍‌ ଖୋଜା ଚାଲିଛି। ଏହାର ସୁଟିଂ ଆଗାମୀ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହେବ ବୋଲି ଅରବାଜ୍‌ ସୂଚନା ଦେଇଛନ୍ତି।

‘ଦବଙ୍ଗ୍‌-୩’ରେ ସଲମାନ୍‌ ଖାନ୍‌ ହିଁ ନାୟକ ଭୂମିକା ନିଭାଇବେ ବୋଲି ସେ କହିଛନ୍ତି। କିନ୍ତୁ କିଏ ଏଥିରେ ନାୟିକା ବନିବେ ତାହା କିଛି ସ୍ପଷ୍ଟ କରିନାହାନ୍ତି ଅରବାଜ୍‌ ଖାନ୍‌।

ଅରବାଜ୍‌ ଖାନ୍‌ କହିଛନ୍ତି ଯେ ‘ଦବଙ୍ଗ୍‌-୩’ର ନିର୍ମାଣ ପୂର୍ବରୁ ସେ ଅନ୍ୟ ଏକ କାମରେ ହାତ ଦେଇଛନ୍ତି। ସେ ପିତା ସଲିମ୍‌ ଖାନ୍‌ଙ୍କ ଉପରେ ଏକ ବୃତ୍ତଚିତ୍ର ନିର୍ମାଣ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଲିମ୍‌ ଖାନ୍‌ ଜଣେ ପ୍ରଖ୍ୟାତ ଲେଖକ। ବିଶେଷକରି ସଲିମ୍‌-ଜାଭେଦ୍‌ (ସଲିମ ଖାନ୍‌-ଜାଭେଦ୍‌ ଅଖତର) ଯୋଡି ଭାବେ ସେ ପ୍ରସିଦ୍ଧି ହାସଲ କରିଥିଲେ। ଏହି ଯୋଡ଼ି ଶୋଲେ, ଜଂଜୀର୍‌, ଶକ୍ତି, କ୍ରାନ୍ତି, ଦି ଓ୍ଵାର୍‌ ଓ ଡନ୍‌ ସମେତ ବହୁ ବ୍ଲକବଷ୍ଟର ସିନେମାର ସ୍କି୍ରପ୍ଟ୍‌ ଲେଖିଥିଲେ।

publive-image

ସଲିମ୍‌ ଖାନ୍‌ଙ୍କ ଉପରେ ଏକ ବାୟୋପିକ୍‌ ପ୍ରସ୍ତୁତ ହୋଇପାରିବ ବୋଲି ବି ମତ ଦେଇଛନ୍ତି ଅରବାଜ୍‌ ଖାନ୍‌। ଏଣେ ନିଜର ବ୍ୟକ୍ତିଗତ ଜୀବନରେ ଅରବାଜ୍‌ ଖାନ୍‌ ମଡେଲ୍‌ ଜର୍ଜିୟା ଆନ୍ଦ୍ରିୟାନ୍‌ଙ୍କୁ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ହେଲେ ଏ ବିଷୟରେ ମୁହଁ ଖୋଲୁନାହାନ୍ତି ଅରବାଜ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe