ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ନାମ ଯୋଡୁଥିବା ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ଅରବାଜ

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ନାମ ଯୋଡୁଥିବା ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ଅରବାଜ

www.indiatoday.in

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ତାଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ  ତାଙ୍କ  ନାମ ଯୋଡ଼ା ଯାଉଥିବାରୁ  ମାନହାନୀ ମୋକଦ୍ଦମା କରିଛନ୍ତି ବଲିଉଡ୍‌ ତାରକା ଅରବାଜ୍‌ ଖାନ। ଏହି ମକଦ୍ଦମା ସେ କିଛି ଜଣା ଓ ଅଜଣା ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ କରିଛନ୍ତି। କିଛି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଅଯଥାରେ ତାଙ୍କୁ ଏହି ମାମଲାକୁ ଟାଣି ପରିବାରର ସମ୍ମାନ ହ୍ରାସ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଅରବାଜ ଖାନ ଏହି ମ‌ାମଲା ବମ୍ବେ ସିଭିଲ କୋର୍ଟରେ ରୁଜୁ କରିଥିବା ସୂଚନା ରହିଛି। ଅରବାଜଙ୍କ ଅଭିଯୋଗକୁ ଭିତ୍ତି କରି ସେପ୍ଟେମ୍ବର ୨୮ ତାରିଖରେ ଅଦାଲତ ଭିଭୋର ଆନନ୍ଦ, ସାକ୍ଷୀ ଭଣ୍ଡାରୀ ଏବଂ କିଛି ଅଜଣା ଅଭିଯୁକ୍ତଙ୍କ ବିରୋଧରେ ଅନ୍ତରୀଣ ଆଦେଶ ପ୍ରଦାନ କରିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ଫେସବୁକ୍, ୟୁଟ୍ୟୁବରେ ଅରବାଜ ଏବଂ ତାଙ୍କ ପରିବାର ବିରୋଧରେ ସେୟାର୍‌‌ ହେଉଥିବା ଆଡୁସାଡୁ ପୋଷ୍ଟ୍‌ ସବୁ ପରିବାରର ମାନହାନୀ କରୁଛି ବୋଲି ସେ ଅଭିଯୋରେ ଦର୍ଶାଇଛନ୍ତି।

publive-image
Times of India

ଆପଣ ଜାଣିଥିବେ ନିଶ୍ଚୟ ଯେ ଏନସିବି ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ଡ୍ରଗ୍ସ କାରବାର ମାମଲାର ତଦନ୍ତ କରୁଛି।  ଜୁନ୍ ୧୪ରେ ଅଭିନେତା ସୁଶାନ୍ତଙ୍କ ମୃତଦେହ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ଅରବାଜ ତାଙ୍କ ନିଜ ବ୍ୟାନରରେ ‘ଦବଙ୍ଗ’ ଏବଂ ‘ଦବଙ୍ଗ-୨’ ଦୁଇଟି ସଫଳ ସିନେମା କରିଛନ୍ତି। ଆରବାଜଙ୍କ ଦବଙ୍ଗର ତୃତୀୟ ଭାଗରେ ପୁଣି ଥରେ ଭାଇ ସଲମାନଙ୍କୁ ଇନ୍‌ସ୍ପେକ୍ଟର ଚୁଲ୍‌ବୁଲ୍‌ ପାଣ୍ଡେ ଭୂମିକାରେ ଦେଖିବାକୁ ମିଳିବ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe