ଦ୍ବିତୀୟ ଥର ବାପା ହେଲେ ଅରବାଜ୍, ଶିଶୁକନ୍ୟାକୁ ଜନ୍ମଦେଲେ ଶୂରା

ପୁଣି ଥରେ ବାପା ହେଲେ ବଲିଉଡ ଅଭିନେତା ଅରବାଜ ଖାନ। ତାଙ୍କର ଦ୍ବିତୀୟ ପତ୍ନୀ  ଶୂରା ଖାନ୍ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାଯାଇଛି। ପୂର୍ବରୁ ସେ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ।

Untitled-7

ମୁମ୍ବାଇ: ପୁଣି ଥରେ ବାପା ହେଲେ ବଲିଉଡ ଅଭିନେତା ଅରବାଜ ଖାନ। ତାଙ୍କର ଦ୍ବିତୀୟ ପତ୍ନୀ  ଶୂରା ଖାନ୍ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାଯାଇଛି। ପୂର୍ବରୁ ସେ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହ ପରେ ଶିଶୁପୁତ୍ରର ବାପା ହୋଇଥିଲେ ଅରବାଜ୍। ଏବେ ସେ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ଖାନ ପରିବାର ଆନୁଷ୍ଠାନିକ ଭାବରେ ଶିଶୁ କନ୍ୟା ଜନ୍ମ ନେଇ ଘୋଷଣା କରିନାହାଁନ୍ତି। କିନ୍ତୁ ଖବର ଭାଇରାଲ ହେବା ପରେ ଦୁହିଁଙ୍କ ପ୍ରଶଂସକ ସେମାନଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।

ଏହି ଦମ୍ପତି ୨୦୨୩ ମସିହାରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ୨୦୨୫ ମସିହାରେ ପିତାମାତା ହୋଇଛନ୍ତି। ଅରବାଜ ଏବଂ ଶୂରାଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଯଥେଷ୍ଟ ଅଧିକ। ଏଥିପାଇଁ ଅରବାଜ ଖାନ ଏବଂ ଶୂରାଙ୍କୁ ବିବାହ ସମୟରେ ବହୁତ ଟ୍ରୋଲ କରାଯାଇଥିଲା। ଅରବାଜ୍, ଶୂରାଙ୍କଠାରୁ ୨୩ ବର୍ଷ ବଡ଼। ଅରବାଜ ଖାନଙ୍କ ବୟସ ୫୮ ବର୍ଷ ହୋଇଥିବା ବେଳେ ଶୂରାଙ୍କ ବୟସ ୩୫। ଶୂରା ଜଣେ ମେକଅପ୍ ଆର୍ଟିଷ୍ଟ।

ଯେପରି ଅରବାଜ ଏବଂ ଶୂରାଙ୍କ ମଧ୍ୟରେ ବୟସର ବଡ଼ ପାର୍ଥକ୍ୟ ଅଛି, ସେହିପରି ସେମାନଙ୍କ ସମ୍ପତ୍ତିରେ ମଧ୍ୟ ବହୁତ ବଡ଼ ପାର୍ଥକ୍ୟ ରହିଛି। ରିପୋର୍ଟ ଅନୁଯାୟୀ ଅରବାଜ ଖାନଙ୍କ ସମ୍ପତ୍ତି ୫୪୭ କୋଟି ଟଙ୍କା ହୋଇଥିବା ବେଳେ ତାଙ୍କ ପତ୍ନୀ ଶୂରାଙ୍କ ସମ୍ପତ୍ତି ୮୦ କୋଟି ଟଙ୍କା। 

arbaaz-khan | sshura-khan 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe