ଅର୍ଚ୍ଚନା ଗାଇଲେ ଆଇଟମ୍ ଗୀତ

ଲୋକପ୍ରିୟ ସମ୍ବଲପୁରୀ ଗାୟିକା ଅର୍ଚ୍ଚନା ପାଢ଼ୀ ଓଡ଼ିଶାର ସଂଗୀତପ୍ରେମୀଙ୍କ ନିକଟରେ ବେଶ୍‌ ପରିଚିତା। ପାଖାପାଖି ୨୫୦ ସମ୍ବଲପୁରୀ ଓ ଓଡ଼ିଆ ଗୀତ ଗାଇଥିବା ଅର୍ଚ୍ଚିତା ପ୍ରଥମଥର ଲାଗି ଏକ ଓଡ଼ିଆ ସିନେମା ପାଇଁ କଣ୍ଠଦାନ କରିଛନ୍ତି।

New Project (4)

ଲୋକପ୍ରିୟ ସମ୍ବଲପୁରୀ ଗାୟିକା ଅର୍ଚ୍ଚନା ପାଢ଼ୀ ଓଡ଼ିଶାର ସଂଗୀତପ୍ରେମୀଙ୍କ ନିକଟରେ ବେଶ୍‌ ପରିଚିତା। ପାଖାପାଖି ୨୫୦ ସମ୍ବଲପୁରୀ ଓ ଓଡ଼ିଆ ଗୀତ ଗାଇଥିବା ଅର୍ଚ୍ଚିତା ପ୍ରଥମଥର ଲାଗି ଏକ ଓଡ଼ିଆ ସିନେମା ପାଇଁ କଣ୍ଠଦାନ କରିଛନ୍ତି। ପ୍ରଥମ ସିନେମାରେ ଅର୍ଚ୍ଚନାଙ୍କୁ ମିଳିଛି ଏକ ଆଇଟମ୍ ନମ୍ବର। ଓଡ଼ିଆ ଛବି ‘ଜୟହିନ୍ଦ୍’ ଲାଗି ତାଙ୍କ କଣ୍ଠରେ ରେକର୍ଡ ହୋଇଥିବା ସମ୍ବଲପୁରୀ ଆଇଟମ୍ ଗୀତଟି ହେଲା ‘ହାଏରେ ତୋର କମରିୟା…।’ ଏହି ଗୀତରେ ତାଙ୍କ ସହ କଣ୍ଠଶିଳ୍ପୀ ତୋଫାନ୍ ବି ଗାଇଥିବା ବେଳେ ରାପିଂ କରିଛନ୍ତି ହିଲିୟମ୍। ଗୀତଟି ଭୁବନେଶ୍ବରର ଏକ ଷ୍ଟୁଡିଓରେ ରେକର୍ଡ କରାଯାଇଛି। ଅର୍ଚ୍ଚନା ଆଗରୁ ଓଲିଉଡ୍‌ର ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର୍ ଓ ଅସଦ୍ ନିଜାମ୍‌ଙ୍କ ସ୍ବରାରୋପିତ ଗୀତରେ କଣ୍ଠଦାନ କରିଛନ୍ତି।

‘ଜୟହିନ୍ଦ୍’ରେ ଗାଇବାର ସୁଯୋଗ କିପରି ମିଳିଲା ବୋଲି ପ୍ରଶ୍ନରେ ବଲାଙ୍ଗୀରର ଝିଅ ଅର୍ଚ୍ଚନା କହନ୍ତି, ‘‘ନିର୍ଦ୍ଦେଶକ-ସଙ୍ଗୀତକାର ଅଭିଷେକ ତ୍ରିପାଠୀଙ୍କ ସ୍ବରସଂଯୋଜନାରେ ଆଗରୁ ମୁଁ ଅନେକ ଗୀତ ଗାଇଥିଲି। ସେ ହିଁ ‘ଜୟହିନ୍ଦ୍’ରେ ଗାଇବାର ସୁଯୋଗ ଦେଇଛନ୍ତି। ଏହି ଗୀତଟି ମୋ‌ତେ ଓଲିଉଡ୍‌ରେ ନୂଆ ପରିଚୟ ଦେବ ବୋଲି ଆଶା କରୁଛି।’’  ଆଉ ଏକ ଉଲ୍ଲେଖନୀୟ କଥା ହେଲା, ‘ହାୟରେ ତୋର କମରିୟା…’ର ଗୀତିକାର ଜିତେନ୍ଦ୍ର ସେଠ୍‌ଙ୍କର ମଧ୍ୟ ଏହା ପ୍ରଥମ ଓଡ଼ିଆ ଆଇଟମ୍ ଗୀତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe