ଏହି ଲୋକପ୍ରିୟ ନାୟକଙ୍କ ସହ ତିନିଟି ଓଡ଼ିଆ ଛବିରେ ଅର୍ଚ୍ଚିତା

Advertisment
ଏହି ଲୋକପ୍ରିୟ ନାୟକଙ୍କ ସହ ତିନିଟି ଓଡ଼ିଆ ଛବିରେ ଅର୍ଚ୍ଚିତା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତା ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ଓ ମାଇଁ ଲଭ୍‌’ ସିନେମାରୁ ଓଲିଉଡରେ  କ୍ୟାରିଅର୍‌ ଆରମ୍ଭ କରିଥିଲେ।

ଏଣେ ଆକାଶ ‘କଳିଙ୍ଗପୁତ୍ର’ ସିନେମା ଜରିଆରେ ନାୟକଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏଦୁହେଁ ଏବେ ବି ଓଲିଉଡରେ ସକ୍ରିୟ ଅଛନ୍ତି। କିନ୍ତୁ ଆକାଶ ଓ ଅର୍ଚ୍ଚିତା ଏଯାଏ ମାତ୍ର ତିନିଟି ଓଡ଼ିଆ ଛବିରେ ଏକାଠି ନଜର ଆସିଛନ୍ତି।

publive-image

ଆକାଶ- ଅର୍ଚ୍ଚିତା ଯୋଡ଼ି ପ୍ରଥମେ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଆଲୋ ମୋର କଣ୍ଢେଇ’ରେ ନଜର ଆସିଥିଲେ। ଏଥିରେ ଅବଶ୍ୟ ପ୍ରିୟା ବି ଥିଲେ ନାୟିକା ଭୂମିକାରେ। ଏହି ଓଡ଼ିଆ ଛବି ୨୦୧୦ରେ ପରଦାକୁ ଆସିଥିଲା।  ଏହାପରେ ଅଶୋକ ପତିଙ୍କ ନିର୍ଦ୍ଦେର୍ଶିତ ‘ଶପଥ’ରେ ଆକାଶ -ଅର୍ଚ୍ଚିତା ଯୋଡ଼ିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ମିହିର ଦାସ ଓ ମୀନକେତନ ପ୍ରମୁଖ ବି ଅଭିନୟ କରିଥିଲେ। ଏହି ଆକସନଭିତ୍ତିକ ଫିଲ୍ମଟି କିନ୍ତୁ ଫ୍ଲପ୍ ହୋଇଥିଲା। ଏଥିରେ ଆକାଶ- ଅର୍ଚ୍ଚିତା ଯୋଡ଼ିଙ୍କ ମେଟ୍ରୋ ଲୁକ୍ ଖୁବ୍ ଚର୍ଚ୍ଚାରେ ଥିଲା। ଏହା ୨୦୧୨ରେ ରିଲିଜ୍‌ ହୋଇଥିଲା। ୨୦୧୭ରେ ପୁଣି ଏହି ଯୋଡ଼ି ଏସ୍‌ କେ ମୁରଲୀଧରନ୍‌ ନିର୍ଦେଶିତ ‘ଜଷ୍ଟ ମୋହତ୍’ରେ ନଜର ଆସିଥିଲେ। ଏଥିରେ ଅଙ୍କିତା ବି ଥିଲେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ। ଏହି ଯୋଡ଼ିଙ୍କର ଏହା ହେଉଛି ଶେଷ ସିନେମା। ଅବଶ୍ୟ ଏହି ଯୋଡ଼ି ହାଟ୍ରିକ୍ କରିବାରେ ସକ୍ଷମ ହୋଇଛନ୍ତି। ଏଣେ ଏହି ଯୋଡ଼ିକୁ ଦର୍ଶକ ପ୍ରାୟ ପାଞ୍ଚ ବର୍ଷ ହେଲା ବଡ଼ ପରଦାରେ ଦେଖିବାକୁ ପାଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe