ଏହି ଛଅ ନାୟକଙ୍କ ସହ ହାଟ୍ରିକ୍‌ କରିଛନ୍ତି ଓଲିଉଡ ନାୟିକା ଅର୍ଚ୍ଚିତା !

Advertisment
ଏହି ଛଅ ନାୟକଙ୍କ ସହ ହାଟ୍ରିକ୍‌ କରିଛନ୍ତି ଓଲିଉଡ ନାୟିକା ଅର୍ଚ୍ଚିତା !

ଭୁବନେଶ୍ୱର: ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ଓ ମାଇ ଲଭ୍‌’ ସିନେମାରୁ ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ ଆଜିର ଲୋକପ୍ରିୟ ନାୟିକା ଅର୍ଚ୍ଚିତା। ଏହି ସିନେମାରେ ଅର୍ଚ୍ଚିତାଙ୍କର ନାୟକ ଥିଲେ ନବାଗତ ରାଜଦୀପ। ଏହି ଯୋଡ଼ି ବି ଆଦୃତ ହୋଇଥିଲା । ଏହାପରେ ଅର୍ଚ୍ଚିତା ପୁଣିଥରେ ଜଣେ ନୂଆ ନାୟକଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନସ୍‌ କରିବାର ସୁଯୋଗ ପାଇଥିଲେ । ସେ ହେଲେ ଚନ୍ଦନ । ବାଲୁଙ୍କେଶ୍ୱର ଫିଲ୍ମସ୍‌ ପ୍ରସ୍ତୁତ ‘ବାବୁ ଆଇ ଲଭ୍‌ ୟୁ’ ସିନେମାରେ ଏହି ଯୋଡିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । କିନ୍ତୁ ଏହାପରେ ସେ ଅନ୍ୟ ନାମକରା ନାୟକଙ୍କ ସହ ଅବଶ୍ୟ ଯୋଡି ବନାଇଛନ୍ତି ।

publive-image

ଅନୁଭବଙ୍କ ସହିତ ‘ଧନରେ ରଖିବୁ ଶପଥ ମୋର’, ‘ତୋ’ ବିନା ମୋ’ କାହାଣୀ ଅଧା’ ଏବଂ ‘ଆକାଶେ କି ରଙ୍ଗ ଲାଗିଲା’ରେ କାମ କରିଛନ୍ତି ଅର୍ଚ୍ଚିତା । ଠିକ୍‌ ସେହିପରି ଅନ୍ୟତମ ଲୋକପ୍ରିୟ ନାୟକ ଅରିନ୍ଦମ୍‌ଙ୍କ ସହ ଏହି ନାୟିକାଙ୍କର ରୋମାନସ୍‌ ଦେଖିବାକୁ ପାଇଥିଲେ ସିନେ ପ୍ରେମୀ ମାତ୍ର ତିନିଟି ଛବି ‘ତୋ’ ପାଇଁ ନେବି ମୁଁ ଶହେ ଜନମ’, ‘ମୁଁ ସପନର ସୌଦାଗର’ ,‘ରଜା ଝିଅ ସାଙ୍ଗେ ହେଇଗଲା ଭାବ’ ଓ ‘ଶିବା ନଟ୍‌ ଆଉଟ୍‌’ରେ । ଅପରପକ୍ଷରେ ଷ୍ଟାର୍‌ସନ୍‌ ବାବୁସାନ୍‌ଙ୍କ ସହିତ ଅର୍ଚ୍ଚିତା ‘ଥୁକୁଲ୍‌’ , ‘ଚକଲେଟ୍‌’ ଏବଂ ‘ଲୋଫର୍‌’ରେ କାମ କରିଛନ୍ତି ।

publive-image

ଠିକ୍‌ ସେହିପରି ବୁଦ୍ଧାଦିତ୍ୟ ଅଭିନୟ କରିଥିବା ତିନିଟି ସିନେମା ‘ ପାଗଳ କରିଛି ପାଉଁଜି ତୋର’ ,‘ କେଉଁ ଦୁନିଆଁରୁ ଆସିଲ ବନ୍ଧୁ’ ଏବଂ ‘ବାଏ ବାଏ ଦୁବାଇ’ରେ ବି ନଜର ଆସିଛନ୍ତି ଅର୍ଚ୍ଚିତା। ଖାଲି ସେତିକି ନୁହେଁ ସେ ଆଗ ଧାଡିର ନାୟକ ଆକାଶଙ୍କ ସହ ବି ‘ଶପଥ’, ‘ଆଲୋ ମୋର କଣ୍ଢେଇ’ ଏବଂ ଜଷ୍ଟ ମୋହବତ୍‌’ରେ କାମ କରଛନ୍ତିି । ଅପରପକ୍ଷରେ ଅର୍ଚ୍ଚିତା ସବୁଠୁ ବେଶି ସିନେମା ସବ୍ୟସାଚୀଙ୍କ ସହ କରିଛନ୍ତି। ଉପରୋକ୍ତ ଛଅ ଟପ୍‌ ନାୟକ ଅନୁଭବ,ଅରିନ୍ଦମ ସବ୍ୟସାଚୀ,ଆକାଶ ,ବୁଦ୍ଧାଦିତ୍ୟ ଏବଂ ବାବୁସାନ୍‌ଙ୍କ ସହ ହାଟ୍ରିକ୍‌ କରିଛନ୍ତି ଓଲିଉଡ ନାୟିକା ଅର୍ଚ୍ଚିତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe