ଏହି ତିନିବର୍ଷ କେବଳ ଗୋଟିଏ ସିନେମାରେ ନଜର ଆସିଥିଲେ ଅର୍ଚ୍ଚିତା!

Advertisment
ଏହି ତିନିବର୍ଷ କେବଳ ଗୋଟିଏ ସିନେମାରେ ନଜର ଆସିଥିଲେ ଅର୍ଚ୍ଚିତା!

ଓଲିଉଡ୍‌ର ଆଗଧାଡ଼ିର ନାୟିକା ଅର୍ଚ୍ଚିତାଙ୍କ ଅଭିନୀତ ସିନେମା ସଂଖ୍ୟା ହ୍ରାସ ପାଉଛି। ଏହା ଗତ ଚାରିବର୍ଷର ହିସାବରୁ ସ୍ପଷ୍ଟ ହେଉଛି। ୨୦୦୫ରେ ରିଲିଜ୍‌ ହୋଇଥିବା ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଓ ମାଇଁ ଲଭ୍‌’ ସିନେମାରୁ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ ଅର୍ଚ୍ଚିତା।

publive-image

‘ଓ ମାଇଁ ଲଭ୍‌’ ରିଲିଜ୍‌ ହେବା ପରେ ତାଙ୍କ ପାଖକୁ ନିୟମିତ ଫିଲ୍ମର ଅଫର୍‌ ଆସିଥିଲା। ୨୦୦୫ରୁ ୨୦୧୭ ମଧ୍ୟରେ ଯେତେ ବର୍ଷ ବିତିଯାଇଛି, ସେହି ସମୟରେ ଅଧିକାଂଶ ବର୍ଷ ତାଙ୍କୁ ଏକାଧିକ ଓଡ଼ିଆ ଛବିରେ ଦେଖିବାକୁ ମିଳିଛି। ହେଲେ ଆପଣ ଜାଣନ୍ତି କି ଏପରି ତିନଟି ବର୍ଷ ରହିଛି, ଯେଉଁଥିରେ ଅର୍ଚ୍ଚିତାଙ୍କର କେବଳ ଗୋଟିଏ ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା।

୨୦୦୫ରେ ତାଙ୍କର କେବଳ ଗୋଟିଏ ସିନେମା ‘ଓ ମାଇଁ ଲଭ୍‌’ ପରଦାକୁ ଆସିଥିଲା,ଯେଉଁଥିରେ ତାଙ୍କର ନାୟକ ଭୂମିକାରେ ନଜର ଆସିଥିଲେ ରାଜ୍‌ଦୀପ୍‌। ଏହାର ପ୍ରାୟ ୯ ବର୍ଷ ପରେ ଅର୍ଥାତ୍‌ ୨୦୧୪ରେ ପୁଣି ଅର୍ଚ୍ଚିତାଙ୍କର କେବଳ ଗୋଟିଏ ଓଡ଼ିଆ ସିନେମା ରିଲିଜ୍‌ ହୋଇଥିଲା-ଏହା ହେଲା ‘ସ୍ମାଇଲ୍‌ ଫ୍ଲିଜ୍‌’। ରବିନ ନନ୍ଦଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ ଏସ୍‌.କେ ମୁରଲୀଧରନ୍‌। ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିଥିଲେ ଅର୍ଚ୍ଚିତା। ଉପରୋକ୍ତ ଦୁଇଟି ଓଡ଼ିଆ ଛବି କିନ୍ତୁ ଭଲ ବ୍ୟବସାୟ କରି ନ ଥିଲା।

publive-image

ତେବେ ୨୦୧୫ରେ ସ୍ଥିତି ଥିଲା ଭିନ୍ନ। ସେ ବର୍ଷ ବି କେବଳ ଗୋଟିଏ ସିନେମାରେ ଦେଖାଦେଇଥିଲେ ଅର୍ଚ୍ଚିତା, ଯେଉଁ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା,ତାହା ହେଲା ପୂଜା ଭରାଲାଓ୍ଵାଲାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ପିଲାଟା ବିଗିଡ଼ି ଗଲା’। ଏଥିରେ ସବ୍ୟସାଚୀ-ଅର୍ଚ୍ଚିତା ଯୋଡ଼ିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। କହିବା ବାହୁଲ୍ୟ ଯେ,‘ପିଲାଟା ବିଗିଡ଼ିଗଲା’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe