କେଉଁ ନିର୍ଦ୍ଦେଶକଙ୍କ ସହ ସବୁଠାରୁ ବେଶୀ କାମ କରିଛନ୍ତି ଅର୍ଚ୍ଚିତା?

Advertisment
କେଉଁ ନିର୍ଦ୍ଦେଶକଙ୍କ ସହ ସବୁଠାରୁ ବେଶୀ କାମ କରିଛନ୍ତି ଅର୍ଚ୍ଚିତା?

ଭୁବନେଶ୍ୱର : ୨୦୦୫ରେ ମୁକ୍ତିଲାଭ କରିଥିବା ‘ଓ ମାଇଁ ଲଭ’ ହେଉଛି ଓଲିଉଡର ଟପ୍‌ ହିରୋଇନ୍‌ ଅର୍ଚ୍ଚିତାଙ୍କ ଅଭିନୀତ ପ୍ରଥମ ସିନେମା, ଯାହାର ନିର୍ଦ୍ଦେଶନା ଦେଇଥିଲେ ଅଲରାଉଣ୍ଡର୍‌ ସଞ୍ଜୟ ନାୟକ। ଆପଣ ଜାଣନ୍ତି କି ଏହି ନିର୍ଦ୍ଦେଶକଙ୍କ ସହ ବି ସବୁଠାରୁ ବେଶୀ ସିନେମାରେ ଅର୍ଚ୍ଚିତା କାମ କରିଛନ୍ତି।

‘ଓ ମାଇଁ ଲଭ୍‌’ ପରେ ଅର୍ଚ୍ଚିତା ଲଗାତାର ପାଞ୍ଚବର୍ଷ ଧରି ଅଲ୍‌ରାଉଣ୍ଡର ସଞ୍ଜୟ ନାୟକଙ୍କ ସହିତ କାମ କରିଥିଲେ। ଏହି ସମୟ ଭିତରେ ଏ ଦୁହେଁ ଯେଉଁ ୧୦ଟି ସିନେମାରେ ଏକାଠି କାମ କରିଥିଲେ, ସେଗୁଡ଼ିକ ହେଲା- ‘ଓ ମାଇଁ ଲଭ୍‌’, ‘ବାବୁ ଆଇ ଲଭ୍‌ ୟୁ’, ‘ଦେ ମା’ ଶକ୍ତି ଦେ’, ‘ତୋ’ ବିନା ମୋ’ କାହାଣୀ ଅଧା’, ‘ତୋ’ ପାଇଁ ନେବି ମୁଁ ଶହେ ଜନମ’, ‘ଧନରେ ରଖିବୁ ଶପଥ ମୋର’, ‘ମୁଁ ସପନର ସୌଦାଗର’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’, ‘ପାଗଳ କରିଚି ପାଉଁଜି ତୋର’ ଏବଂ ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’।ଏହି ସିନେମା ଗୁଡିକରେ ଓଲିଉଡର ଟପ୍‌ ହିରୋଇନ୍‌ ଅର୍ଚ୍ଚିତା ଅନୁଭବ,ସବ୍ୟସାଚୀ,ଅରିନ୍ଦମ୍‌,ଏବଂ ବୁଦ୍ଧାଦିତ୍ୟ ପ୍ରମୁଖ ଲୋକପ୍ରିୟ ନାୟକଙ୍କ ନାୟିକା ଭୂମିକା ନିଭାଇଥିଲେ। ସଞ୍ଜୟ-ଅର୍ଚ୍ଚିତାଙ୍କ ଯୋଡ଼ିଙ୍କର ଅନ୍ୟ ଏକ ସିନେମା ଥିଲା ‘ମନ ମୋ’ ନେଇ ଯାଆରେ’। କିନ୍ତୁ ଏହାର ସୁଟିଂ ଅଧାରେ ଅଟକିଥିଲା । ଏହା ଏଯାବତ୍‌ ପ୍ରେକ୍ଷାଳୟକୁ ଆସି ପାରି ନାହିଁ।

publive-image

ଏଥିମଧ୍ୟରୁ ଶେଷ ଦୁଇଟି ସିନେମା ୨୦୦୯ରେ ପ୍ରେକ୍ଷାଳୟକୁ ଆସିଥିଲା। ଅର୍ଥାତ୍‌ ୨୦୦୯ ପରେ ସଞ୍ଜୟ ନାୟକଙ୍କ କୌଣସି ସିନେମାରେ ଅଭିନୟ କରି ନାହାଁନ୍ତି ଅର୍ଚ୍ଚିତା। ପ୍ରକାରାନ୍ତରେ କହିବାକୁ ଗଲେ ସଞ୍ଜୟ-ଅର୍ଚ୍ଚିତାଙ୍କ ଯୋଡ଼ି ଭାଙ୍ଗି ଯାଇଛି ଏବଂ ପ୍ରାୟ ନଅ ବର୍ଷ ହେବ ଏହା ଯୋଡ଼ି ହୋଇ ପାରି ନାହିଁ। ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ୨୦୦୫ରୁ ୨୦୦୯ ଯାଏଁ ଅର୍ଚ୍ଚିତା କେବଳ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ସିନେମାରେ ହିଁ ଦେଖା ଦେଉଥିଲେ।

ଏହାପରେ ସେ ଯେଉଁ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶଙ୍କ ସହ ଗୋଟିଏ ବା ଦୁଇଟି ଛବିରେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe