ଏହି ତିନି ଟପ୍‌ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା

Advertisment
ଏହି ଲୋକପ୍ରିୟ ନାୟକଙ୍କ ସହ ତିନିଟି ଓଡ଼ିଆ ଛବିରେ ଅର୍ଚ୍ଚିତା

ଆସନ୍ତୁ ଜାଣିବା ଓଲିଉଡର ଆଗଧାଡିର ନାୟିକା ଅର୍ଚ୍ଚିତା କେଉଁ ଟପ୍‌ ନାୟିକାଙ୍କ ସହଏକାଠି ଆସିଛନ୍ତି । ଏହି କ୍ରମରେ ଆମେ ମୁଖ୍ୟତଃ ତିନିଜଣଙ୍କ କଥା ବିଚାରକୁ ନେଇଛୁ। ଏହି ତିନି ଟପ୍‌ ନାୟିକା ହେଲେ ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ ଏବଂ ପ୍ରିୟା ।  ଏଥିଭିତରୁ କେତେବେଳେ ସେ  ଜଣେ ନାୟକଙ୍କ ସହ ନଜର ଆସିଛନ୍ତି ତ ପୁଣି ଉଭୟ ନାୟିକାଙ୍କ ନାୟକ ଭିନ୍ନ ଭିନ୍ନ ।
ଅନୁ ଚୌଧୁରୀଙ୍କ ସହ :-ଓଲିଉଡ଼୍‍ର ଦୁଇ ଆଗଧାଡିର ନାୟିକ ହେଲେ ଅନୁ ଚୌଧୁରୀ ଓ ଅର୍ଚ୍ଚିତା।ଏ ଦୁଇ ଟପ୍‌ ନାୟିକା ବି କେବଳ ଗୋଟିଏ ଓଡ଼ିଆ ଛବିରେ ନଜର ଆସିଛନ୍ତି। ହଁ ଅନୁ ଓ ଅର୍ଚ୍ଚିତା ବାଲୁଙ୍କେଶ୍ୱର ଫିଲ୍ମସ ବ୍ୟାନରରେ ନିର୍ମିତ ‘ବାବୁ ଆଇ ଲଭ ୟୁ’ରେ ଅଭିନୟ କରିଥିଲେ। ଏଥିରେ ଅନୁ ସିଦ୍ଧାନ୍ତଙ୍କ ସହିତ ଓ ଅର୍ଚ୍ଚିତାଙ୍କୁ ନବାଗତ ଚନ୍ଦନଙ୍କ ସହିତ ଦେଖିବାକୁ ମିଳିଥିଲା। ଏହାପରେ ଏ ଦୁଇ ନାୟିକା କେବେ ବି କୌଣସି ସିନେମାରେ ଏକାଠି ଆସିନାହାଁନ୍ତି।

ପ୍ରିୟାଙ୍କ ସହ- ଓଲିଉଡ଼୍‍ର ଦୁଇ ନାଆଁକାରା ନାୟିକା ହେଲେ ଅର୍ଚ୍ଚିତା ଏବଂ ପ୍ରିୟା। ଦୁହେଁ ବେଶ୍‌ ଗ୍ଲାମରସ୍‌।ଏ ଦୁଇ ନାମୀ ନାୟିକା ବି କେବଳ ଗୋଟିଏ ଓଡ଼ିଆ ସିନେମାରେ ଏକାଠି ନଜର ଆସିଛନ୍ତି।ଶ୍ରୀବଳଦେବ ଜୀଉ ପ୍ରଡ଼କସନ୍‌ସ ବ୍ୟାନରରେ ନିର୍ମିତ ଏହି ସିନେମାର ଟାଇଟଲ୍‌ ହେଲା ‘ଆଲୋ ମୋ’ର କଣ୍ଢେଇ’। ଏଥିରେ ଆକାଶ ନାୟକ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ଅର୍ଚ୍ଚିତାଙ୍କୁ ଜଣେ ଆଇନଜୀବୀ ଭୂମିକା ମିଳିଥିଲା।‘ଆଲୋ ମୋ’ର କଣ୍ଢେଇ’ପରେ ଏଦୁହେଁ କେବେ ବି ଅନ୍ୟ କୌଣସି ସିନେମାରେ ଏକାଠି କାମ କରିନାହାନ୍ତି। ଆଲୋ ମୋ’ର କଣ୍ଢେଇ’ର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା(ଚଣ୍ଡୀ)।

publive-image
ବର୍ଷା ପ୍ରିୟଦର୍ଶିନୀଙ୍କ ସହ- ବର୍ଷା ଓ ଅର୍ଚ୍ଚତା ଓଲିଉଡ଼୍‍ରେ ଏଣ୍ଟ୍ରି ନେବାର ଢ଼େର ବର୍ଷପରେ ଏକାଠି ଗୋଟିଏ ସିନେମାରେ ସ୍କ୍ରିନ୍‌ ସେଆର୍‌ କରିଥିଲେ। ହଁ ଏ ଦୁଇ ନାମୀ ନାୟିକା ମଞ୍ଜରୀ ମୁଭିଜ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛାତି ତଳେ ଡ଼ିଂ ଡ଼ଙ୍ଗ୍‌(୨୦୧୬)ରେ ଏକାଠି ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe