ଆଗକୁ ବଢ଼ୁଛନ୍ତି ଏରିକା : ସିନେମା ଓ ଧାରାବାହିକରେ କରୁଛନ୍ତି ମନଜିଣା ଅଭିନୟ

Advertisment

୨୦୧୦ରେ ପେଣ୍ଟାଲୁନ୍‌ସ ଫେମିନା ‘ମହାରାଷ୍ଟ୍ର ସୁନ୍ଦରୀ’ ଓ ୨୦୧୧ରେ ଶ୍ରେଷ୍ଠ ‘ନୂଆ ମୁହଁ’ ପୁରସ୍କାର ଜିତିଥିଲେ

୨୦୧୦ରେ ପେଣ୍ଟାଲୁନ୍‌ସ ଫେମିନା ‘ମହାରାଷ୍ଟ୍ର ସୁନ୍ଦରୀ’ ଓ ୨୦୧୧ରେ ଶ୍ରେଷ୍ଠ ‘ନୂଆ ମୁହଁ’ ପୁରସ୍କାର ଜିତିଥିଲେ

ଆଗକୁ ବଢ଼ୁଛନ୍ତି ଏରିକା : ସିନେମା ଓ ଧାରାବାହିକରେ କରୁଛନ୍ତି ମନଜିଣା ଅଭିନୟ

ଆଠ ବର୍ଷର ଗ୍ଲାମର ଜୀବନ ଭିତରେ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ ମାତ୍ର ଆଠଟି ବିଭିନ୍ନ ଭାଷାର ସିନେମା ଓ ପାଞ୍ଚଟି ହିନ୍ଦୀ ଧାରାବାହିକରେ ଅଭିନୟ କରିଛନ୍ତି। ତେବେ ଏହି ଅବସରରେ ପାଞ୍ଚ ପାଞ୍ଚ ଥର ଜାତୀୟସ୍ତରୀୟ ପୁରସ୍କାର ଲାଭ କରିବା ତାଙ୍କ ଦକ୍ଷତାର ପ୍ରମାଣ ନିଶ୍ଚୟ। ମୁମ୍ବାଇରେ ୧୯୯୩ ମେ’ ୭ ତାରିଖରେ ଏକ କୋଙ୍କଣୀ ମାଙ୍ଗାଲୋରିଆନ୍‌ କ୍ୟାଥଲିକ୍‌ ପରିବାରରେ ଜନ୍ମିତ ଏରିକାଙ୍କ ମନରେ ପିଲାଟି ଦିନରୁ ମଡେଲିଂରେ ଜୀବନ ଗଢ଼ିବା ପାଇଁ ଏକ ଅହେତୁକ ଆକର୍ଷଣ ବସା ବାନ୍ଧି ରହିଥିଲା। ଏହାର ଫଳସ୍ବରୂପ ସେ ୨୦୧୦ରେ ପେଣ୍ଟାଲୁନ୍‌ସ ଫେମିନା ‘ମହାରାଷ୍ଟ୍ର ସୁନ୍ଦରୀ’ ଓ ୨୦୧୧ରେ ଶ୍ରେଷ୍ଠ ‘ନୂଆ ମୁହଁ’ ପୁରସ୍କାର ଜିତିଥିଲେ। ଯୋଗକୁ ଏକ କାର୍ଯ୍ୟାଳୟରେ ଏରିକାଙ୍କର ଫଟୋ ଦେଖି ତାମିଲ ସିନେ ନିର୍ଦ୍ଦେଶକ ଶଶି ତାଙ୍କୁ ତାଙ୍କର ପରବର୍ତ୍ତୀ ସିନେମା ‘ଅଇଁଠୁ ଅଇଁଠୁ ଅଇଁଠୁ’ରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଏରିକାଙ୍କର ଏହି ପ୍ରଥମ ପଦାର୍ପଣ ଚଳଚ୍ଚିତ୍ର କିନ୍ତୁ ମୁକ୍ତିଲାଭ କରିବାରେ ବିଳମ୍ବିତ ହୋଇଥିଲା। ତେବେ ଏହି ଅବସରରେ ସେ ଅଭିନୟ ପ୍ରତି ଆକୃଷ୍ଟ ହୋଇ ୨୦୧୪ରେ କନ୍ନଡ଼ ଫିଲ୍ମ ‘ନିନ୍ନିଣ୍ଡାଲେ’ରେ  ଶାଣିତ ଅଭିନୟର ସ୍ବାକ୍ଷର ଛାଡ଼ିଥିଲେ। ଏହାପରେ ଓଡ଼ିଆ ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ତାଙ୍କର ହିନ୍ଦୀ ସିନେମା ‘ବବଲୁ ହାପି’ରେ ଏରିକାଙ୍କୁ ସୁଯୋଗ ଦେଇ କିଛି ଲୋକପ୍ରିୟତା ଯୋଗାଇଥିଲେ। ଏହାପରେ ତେଲୁଗୁ ଫିଲ୍ମ ‘ଗଲିପତମ୍‌’ର ମୁଖ୍ୟ ଚରିତ୍ରରେ ଏରିକାଙ୍କ ଆବିର୍ଭାବ ମଧ୍ୟ ଅନୁରୂପ ଦର୍ଶକୀୟ ସ୍ବୀକୃତି ଲାଭ କରିଥିଲା। ଏହି ଅବସରରେ ତାଙ୍କର ଦ୍ବିଭାଷୀ (ତାମିଲ/ତେଲୁଗୁ) ସିନେମା ‘ବିରାତ୍ତୁ/ଦେଗା’ ମଧ୍ୟ ଲୋକପ୍ରିୟତାକୁ ଆଉ ପାଦେ ଆଗକୁ ବଢ଼ାଇ ନେଇଥିଲା। ତେବେ ତାହା ଏରିକାଙ୍କ ପାଇଁ ଯଥେଷ୍ଟ ନଥିଲା। ତେଣୁ ସେ ଏହାପରେ କନ୍ନଡ଼ ଓ ତାମିଲ ଭାଷାରେ ଆଉ ଦୁଇଟି ସିନେମାରେ ଅଭିନୟ କରି ଟିଭି ଧାରାବାହିକରେ ମନୋନିବେଶ କରିଥିଲେ। ୨୦୧୬ରେ ପ୍ରସାରିତ ଧାରାବାହିକ ‘କୁଛ୍‌ ରଙ୍ଗ ପ୍ୟାର କେ ଐସି ଭି’ରେ ତାଙ୍କ ଅଭିନୀତ ସୋନାକ୍ଷୀ ବୋଷ ଚରିତ୍ରକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ସେଥିପାଇଁ ତାଙ୍କୁ ସେହି ବର୍ଷ ଶ୍ରେଷ୍ଠ କଳାକାର ଭାବେ ଏସିଆନ ଭ୍ୟୁଅର୍ସ ଟେଲିଭିଜନ୍‌ ସମ୍ମାନ ମିଳିଥିଲା।

publive-image

ଏହାପରେ ‘ବକ୍ସ କ୍ରିକେଟ୍‌ ଲିଗ୍‌’ ଓ ‘ଖତରା ଖତରା ଖତରା’ ପରି ବାସ୍ତବଧର୍ମୀ ଧାରାବାହିକରେ ସେ ଭାଗ ନେଇଥିଲେ ହେଁ ଦର୍ଶକଙ୍କ ମନରେ ସେଭଳି ଛାପ ପକାଇପାରିନଥିଲେ। ତେବେ ୨୦୧୮ରୁ ୨୦୨୦ ଯାଏ ତାଙ୍କ ଅଭିନୀତ ‘କସୌଟି ଜିନ୍ଦଗି କେ’ ଧାରାବାହିକ ଅଭୂତପୂର୍ବ ସଫଳତା ଆଣିଥିଲା। ଏଥିପାଇଁ ତାଙ୍କୁ ୨୦୧୯ରେ ଇଣ୍ଡିଆନ୍‌ ଟେଲି ସମ୍ମାନ, ଗୋଲ୍‌ଡ ସମ୍ମାନ ଓ ଏସିଆନ୍‌ ଭ୍ୟୁଅର୍ସ ଟେଲିଭିଜନ୍‌ ସମ୍ମାନ ମିଳିଥିଲା। ତାଙ୍କର ଏଭଳି ଲୋକପ୍ରିୟତା ପାଇଁ ୨୦୨୦ରେ ‘ଦି ଟାଇମ୍‌ସ’ ପକ୍ଷରୁ ପ୍ରକାଶିତ ‘ଟିଭିର ଶ୍ରେଷ୍ଠ ଆକାଂକ୍ଷିତ ମହିଳା’ ତାଲିକାର ପ୍ରଥମରେ ଏରିକା ରହିଥିଲେ। ସମ୍ପ୍ରତି ‘କୁଛ୍‌ ରଙ୍ଗ ପ୍ୟାର କେ ଐସି ଭି: ନୟି କହାନି’ ଧାରାବାହିକ ମଧ୍ୟ ତାଙ୍କ ପାଇଁ ଅନ୍ୟତମ ସଫଳତା ଆଣିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe