କେମିତି ଅରିନ୍ଦମ୍‌ଙ୍କ ପାଇଁ ୨୦୧୭!

କେମିତି ଅରିନ୍ଦମ୍‌ଙ୍କ ପାଇଁ ୨୦୧୭!

ଓଲିଉଡର ହ୍ୟାଣ୍ଡସମ୍‌ ହିରୋ ଅରିନ୍ଦମ୍‌ଙ୍କ ପାଇଁ ୨୦୧୭ ବର୍ଷ ହେଉଛି ପୁରୁଣା ନାୟିକାଙ୍କ ସହ ରୋମାନସ୍‌ କରିବାର ବର୍ଷ। କହିବାର ଅର୍ଥ ହେଲା ଯେ ଏବର୍ଷ ତାଙ୍କର ଯେଉଁ ଦୁଇଟି ସିନେମା ରିଲିଜ୍‌ ହୋଇଛି ସେଥିମଧ୍ୟରୁ ଗୋଟିକରେ ତାଙ୍କର ଯୋଡିଦାର ବନିଥିଲେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନ୍ୟଟିରେ ଅର୍ଚ୍ଚିତା। ୨୦୧୭ରେ ଅରିନ୍ଦମଙ୍କର ଦୁଇଟି ସିନେମା ପରଦାକୁ ଆସିଛି। ଏବର୍ଷ ଅନ୍ୟ କୌଣସି ସିନେମାରେ ତାଙ୍କୁ ଦେଖିବାର ସମ୍ଭାବନା ନାହିଁ ,କାରଣ ତାଙ୍କର କୌଣସି ସିନେମାର ସୁଟିଂ ଚାଲୁ ନାହିଁ କି ଏବେ ଫ୍ଲୋରରେ ନାହିଁ। ଏ ବର୍ଷ ତାଙ୍କ ଅଭିନୀତ ‘ରୋମିଓ ଜୁଲିଅଟ୍‌’  ଏବଂ ‘ଶିବା ନଟ୍‌ ଆଉଟ’ ରିଲିଜ୍‌ ହୋଇଛି।

publive-image

ଏଥିମଧ୍ୟରୁ ପ୍ରଥମଟିରେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନ୍ୟଟିରେ ଅର୍ଚ୍ଚିତା ଥିଲେ ଅରିନ୍ଦମଙ୍କ ନାୟିକା। ପୂର୍ବରୁ ଅରିନ୍ଦମ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ‘ଏ ମନ ମାନେନା’ ଏବଂ ପର୍ଶୁରାମ’ରେ ଅଭିନୟ କରିଥିବା ବେଳେ ଅର୍ଚ୍ଚିତାଙ୍କ ସହ ଅରିନ୍ଦମଙ୍କ ଯୋଡିକୁ ଦର୍ଶକ ‘ତୋ’ ପାଇଁ ନେବି ମୁଁ ଶହେ ଜନମ’, ‘ମୁଁ ସପନର ସୌଦାଗର’ ଏବଂ ‘ରାଜା ଝିଅ ସାଙ୍ଗେ ହୋଇଗଲା ଭାବ’ରେ ଦେଖିଥିଲେ।

ସେ ପ୍ରାୟ ୮ ବର୍ଷପରେ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ସହ କାମ କରିଛନ୍ତି। ସୁଧାକର ବସନ୍ତଙ୍କ ‘ରୋମିଓ ଜୁଲିଅଟ୍‌’ରେ ନଜର ଆସିଥିଲେ ଅରିନ୍ଦମ। ସେ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ମିତରେ ମିତ’ ସିନେମାରେ ନାୟକ ସାଜିଥିଲେ।

ଏାଂରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ବି ତାଙ୍କୁ ମାତ୍ର ଦୁଇଟି ଓଡ଼ିଆ ଛବିରେ ଦେଖିବାକୁ ମିଳିଥିଲା । ଏହି ଦୁଇଟି ଫିଲ୍ମ ହେଲା ‘ପ୍ରେମରେ ପ୍ରେମରେ’ ଏବଂ ‘ତୋର ଦିନେକୁ ମୋର ଦିନେ’। ବଡ଼ କଥା ହେଲା ଯେ ସେ ସାର୍ଥକ ଭଳି ବିଗ୍‌ ବ୍ୟାନରକୁ ଫେରିଥିଲେ ସେ ଗତ ବର୍ଷ । ତେବେ ୨୦୧୫ରେ ଅରିନ୍ଦମଙ୍କର ୩ ଟି ଛବି ପରଦାକୁ ଆସିଥିବା ବେଳେ ଏବର୍ଷ ମାତ୍ର ୨ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ତାଙ୍କୁ ।

publive-image

ଆଉ ଏକ ବଡ଼ କଥା ହେଉଛି ଯେ ଅରିନ୍ଦମ ୨୦୧୭ରେ ପୁଣି ପ୍ରଯୋଜନା କ୍ଷେତ୍ରରେ ସକ୍ରିୟ ହୋଇ ‘ ଶିବା ନଟ୍‌ ଆଉଟ୍‌’ର ନିର୍ମାଣ କରିଥିଲେ ଯାହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁମୋହନ ସାହୁ। ଅରିନ୍ଦମ ରାୟଙ୍କ ପ୍ରଯୋଜିତ ଏହି ସିନେମା ଆଭରେଜ୍‌ ବିଜିନେସ୍‌ କରିଥିବା କୁହାଯାଉଛି। ତାଙ୍କର ପ୍ରଯୋଜିତ ପ୍ରଥମ ସିନେମା ଥିଲା ‘କଳକୀ’। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ। ଏହି ସିନେମାରେ ଅରିନ୍ଦମଙ୍କ ବ୍ୟତୀତ ରୀୟା ଦେ, ଜ୍ୟୋତିର୍ମୟୀ,ହରି ପ୍ରମୁଖ ବି ଅଭିନୟ କରିଥିଲେ। ତେବେ ଏହାକୁ ଆଶାନୁରୂପ ସଫଳତା ମିଳି ନଥିଲା।

ଆଗକୁ ଅରିନ୍ଦମ୍‌ ପୁଣି ପ୍ରଯୋଜନାରେ ସକ୍ରିୟ ହେଉଛନ୍ତି କି ନା ତାହା ଉପରେ ରହିଛି ସମସ୍ତଙ୍କ ନଜର। ଏଠାରେ ସୂଚନାଯୋଗ୍ୟ ଯେ ଅରିନ୍ଦମ୍‌ ବ୍ରଜରାଜ ମୁଭିଜ୍‌ ପ୍ରଯୋଜିତ ସୁପରହିଟ୍‌ ସିନେମା ‘ପ୍ରେମ ଋତୁ ଆସିଲାରେ’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ତାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଇତିମଧ୍ୟରେ ସେ ୨୦ରୁ ଅଧିକ ଓଡ଼ିଆ ଛବିରେ କାମ କରି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe