ଅରିନ୍ଦମଙ୍କ ସହ ପୁଣି ଯୋଡି ହେଲେ ଏଲିନା ,ଜାଣନ୍ତୁ କିପରି

Advertisment
ଅରିନ୍ଦମଙ୍କ ସହ ପୁଣି ଯୋଡି ହେଲେ ଏଲିନା ,ଜାଣନ୍ତୁ କିପରି

ଭୁବନେଶ୍ୱର: ୨୦୧୫ରେ ଏଲିନା ସାମନ୍ତରାୟ ଓଲିଉଡର ଲୋକପ୍ରିୟ ନାୟକ ଅରିନ୍ଦମ୍‌ଙ୍କ ବିପକ୍ଷରେ ହିଁ ନାୟିକା ସାଜି ଡେବ୍ୟୁ କରିଥିଲେ। ଅରିନ୍ଦମ୍‌-ଏଲିନା ଯୋଡ଼ିଙ୍କର ଏହି ସିନେମାର ଶୀର୍ଷକ ହେଲା ‘ଇଶ୍କ ତୁ ହି ତୁ’। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଅବଶ୍ୟ ସାଧାରଣ ସଫଳତା ମିଳିଥିଲା।
‘ଇଶ୍କ୍‌ ତୁ ହି ତୁ’ ରିଲିଜ୍‌ ହେବା ପୂର୍ବରୁ ଅରିନ୍ଦମ୍‌ ଓ ଏଲିନାଙ୍କୁ ନେଇ ଚାପା ଗୁଂଜରଣ ଖେଳିଥିଲା ଯେ ଆଉ ଏ ଦୁହେଁ ଏକାଠି କାମ କରିବେ ନାହିଁ। କିନ୍ତୁ ପରେ ଏକ ସାକ୍ଷାତକାରରେ ଅବଶ୍ୟ ଏଲିନା ଏହି କଥାକୁ ଅସ୍ୱୀକାର କରିଥିଲେ।

ସେ ଯାହା ହେଉନା କାହିଁକି, ଏବେ ପୁଣି ଅରିନ୍ଦମ୍‌ ଓ ଏଲିନା ଏକାଠି କାମ କରୁଛନ୍ତି। ନିଜେ ଅରିନ୍ଦମ୍‌ ହିଁ ଏଲିନାଙ୍କୁ ନିଜ ପ୍ରଯୋଜିତ ନୂଆ ସିନେମାରେ ନାୟିକାଭାବେ ମନୋନୀତ କରିଛନ୍ତି।
ରତ୍ନା ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ହେଉଛି ଅରିନ୍ଦମ୍‌-ଏଲିନା ଯୋଡ଼ିର ଦ୍ୱିତୀୟ ସିନେମା। ଏହି ସିନେମାର ଶୁଭ ମହୁରତ୍‌ ଇତି ମଧ୍ୟରେ ଅନୁଷ୍ଠିତ ହୋଇ ସାରିଛି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜ୍ୟୋତି ଦାସ, ଯିଏ କି ଏହା ପୂର୍ବରୁ ତୋ’ବିନା ଭଲ ଲାଗେନା, ଶୁଭ ବିବାହ ଏବଂ ଅଶୋକ ସମ୍ରାଟ୍‌ ଆଦି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ଏହି ଓଡ଼ିଆ ଚଳଚ୍ଚିତ୍ର ପୂର୍ବରୁ ଅରିନ୍ଦମ ରାୟ ‘କଳକୀ’ ଏବଂ ଶିବା ନଟ୍‌ ଆଉଟ୍‌ ସିନେମାର ପ୍ରଯୋଜନା କରିଥିଲେ।

publive-image

ଏଥର ଅରିନ୍ଦମ୍‌-ଏଲିନାଙ୍କ ଯୋଡ଼ିକୁ ଦର୍ଶକ କିଭଳି ଭାବେ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe