ଏହି ଓଲିଉଡ ଯୋଡିକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା ଏ ବର୍ଷ 

Advertisment
ଏହି ଓଲିଉଡ ଯୋଡିକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା ଏ ବର୍ଷ 

ଭୁବନେଶ୍ୱର: ଏ ବର୍ଷର ଏକ ରୋଚକ ପ୍ରସଙ୍ଗ ଥିଲା  ଅରିନ୍ଦମ୍‌-ଏଲିନା ଯୋଡିଙ୍କ ଲେଉଟାଣି। ହଁ , ଏହି ଯୋଡିଙ୍କ ଫିଲ୍ମ‘ଇଶ୍କ ପୁଣି ଥରେ’ ୨୦୧୮ରେ ରିଲିଜ୍‌ ହୋଇଛି।ଏହି ସିନେମାରେ ଅରିନ୍ଦମ୍‌ଙ୍କ ନାୟିକା ଭୂମିକାରେ ନଜର ଆସିଛନ୍ତି ଏଲିନା ସାମନ୍ତରାୟ। ଏହି ସିନେମାର ନିର୍ଦ୍ଦେଶକ ହେଲେ ଜ୍ୟୋତି ଦାସ।ପ୍ରାୟ ସାଢ଼େ ତିନି ବର୍ଷ ବ୍ୟବଧାନରେ ଅରିନ୍ଦମ୍‌-ଏଲିନାଙ୍କ ଯୋଡିକୁ ଦର୍ଶକ ଦେଖିବାକୁ ପାଇଛନ୍ତି ପରଦାରେ।ଏହି ଯୋଡିଙ୍କର ପ୍ରଥମ ଫିଲ୍ମ ହେଲା‘ଇଶ୍କ ତୁ ହି ତୁ’।ଏହା ୨୦୧୫ରେ ରିଲିଜ୍‌ ହୋଇଥିଲା।

ତେବେ ଆପଣ କ’ଣ ଜାଣନ୍ତି କି‘ଇଶ୍କ ପୁଣି ଥରେ’ ପୂର୍ବରୁ ଅରିନ୍ଦମ୍‌ ଓ ଏଲିନା ଅନ୍ୟ ଏକ ସିନେମାରେ ବି ଏକାଠି କାମ କରିଥିଲେ।ହେଲେ ତାହା ସମ୍ଭବ ହୋଇପାରି ନ ଥିଲେ। ହଁ ୨୦୧୫ ରଜ ଅବସରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ ୟୁ ହମେଶା’ରେ ପ୍ରଥମେ ଅରିନ୍ଦମ୍‌,ଝିଲିକ୍‌ ଓ ଏଲିନାଙ୍କୁ କାଷ୍ଟ୍‍ କରାଯାଇଥିଲା।

publive-image

କିନ୍ତୁ ଫିଲ୍ମଟି ଫ୍ଲୋର୍‌କୁ ଯିବାର କିଛି ସମୟ ଆଗରୁ ଏଲିନା  ନିଜ ଆଡୁ ଏହି ସିନେମାରୁ ଓହରି ଯାଇଥିଲେ। କିନ୍ତୁ ଫିଲ୍ମଟି ଫ୍ଲୋରକୁ ଯିବାର କିଛି ସମୟ ଆଗରୁ ଏଲିନା ନିଜ ଆଡୁ ଏହି ସିନେମାରୁ  ଓହରି ଯାଇଥିଲେ।ପରେ ଅବଶ୍ୟ ଏଲିନାଙ୍କ ଜାଗାରେ ଅନିଶାଙ୍କୁ ନିଆଯାଇଥିଲା।େ ସହି ସିନେମାରେ ଅବଶ୍ୟ ପରେ ଏଲିନା ଯୁକ୍ତି ଦର୍ଶାଇଥିଲେ ଯେ,ତରଙ୍ଗ ସିନେ ପ୍ରଡକସନ୍‌ସ ସହିତ ଚୁକ୍ତିନାମା ହେତୁ ‘ଲଭ ୟୁ ହମେଶା’ରେ କାମ କରିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe