ମଜାଦାର ଭିଡିଓରେ ନିଜର ଲକଡାଉନ୍‌ ପ୍ରତିକ୍ରିୟା ରଖିଲେ ଅର୍ଜୁନ

Advertisment
ମଜାଦାର ଭିଡିଓରେ ନିଜର ଲକଡାଉନ୍‌ ପ୍ରତିକ୍ରିୟା ରଖିଲେ ଅର୍ଜୁନ

ShowBox

ସିନେ ଦୁନିଆର ବ୍ୟକ୍ତିମାନେ ଲକ୍‌ଡାଉନ୍‌‌ରେ ‌କିଭଳି ସମୟ ବିତାଉଛନ୍ତି, ତାହା ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ତେବେ ଲକ୍‌ଡାଉନ୍‌ରେ ଅର୍ଜୁନ ଏକ ଆଳସ୍ୟ ଜୀବନ ବିତାଉଥିବା କହିଛନ୍ତି। ସେ ଶନିବାର ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି। କ୍ବାରାଣ୍ଟିନ୍‌ରେ ସେ କିଭଳି ଜୀବନ ବିତାଉଛନ୍ତି, ସେ ସମ୍ପର୍କରେ ଚିତ୍ର ଆଙ୍କିଛନ୍ତି। ଚଳଚ୍ଚିତ୍ର ‘ଫିର୍‌ ହେରାଫେରି’ର ୪ଟି ମଜାଳିଆ ଦୃଶ୍ୟକୁ ସେ ସେୟାର କରି କ୍ବାରାଣ୍ଟାଇନ୍‌ର ଉତ୍ତର ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି, ‌ଯେତେବେଳେ ୧୨ଟା ପୂର୍ବରୁ କେହି ନିଦ ଭାଙ୍ଗି ଦେଉଛି, ନିଦ ଭାଙ୍ଗୁଥିବା ଲୋକର ମୁଣ୍ଡ ଫଟେଇ ଦେବାକୁ ଇଚ୍ଛା ହେଉଥିବା ସେ କହିଛନ୍ତି। ସେହିଭଳି ଯେଉଁମାନେ ୱାର୍କଆଉଟ୍‌, କଫି ପ୍ରସ୍ତୁତ କିମ୍ବା ଅନ୍ୟାନ୍ୟ କିଛି ରଚନାତ୍ମକ କାମ କରିବା ପାଇଁ ଉପଦେଶ ଦେଉଛନ୍ତି, ସେତେବେଳେ ବାବୁରାଓଙ୍କର କ’ଣ ପ୍ରତିକ୍ରିୟା ଆସୁଛି, ସେ ଏହାକୁ ଚିତ୍ରଣ କରିଛନ୍ତି। ବାବୁରାଓ ଚରିତ୍ରରେ ନିଜକୁ ରଖି ସେ ନିଜର ଏହି ପ୍ରତିକ୍ରିୟା ଦର୍ଶାଇଛନ୍ତି। ତାଙ୍କର ଏହି ଭିଡିଓକୁ ସୋନାକ୍ଷୀ ସିହ୍ନା ଓ ଅନ୍ତରା ମାଲି ଲାଫିଙ୍ଗ ଇମୋଜି ଜରିଆରେ ପ୍ରତିକ୍ରିୟା ରଖିଛନ୍ତି। ଫରହା ଖାନ୍‌ ମଧ୍ୟ ନିଜର ମତ ରଖିଛନ୍ତି। ତେବେ ଅର୍ଜୁନଙ୍କ ଭଉଣୀ ଅଂଶୁଳା ତାଙ୍କୁ ପଚାରିଛନ୍ତି, କୋଉ ପିଲା ନେଟ୍‌ଫ୍ଲିକ୍ସର ପାସ୍‌ୱାର୍ଡ ମାଗୁଛି। ଏଥିରୁ ବାରି ହେଉଛି, ଯେମିତି ଅର୍ଜୁନ ତାଙ୍କ ଭଉଣୀଙ୍କଠାରୁ ବୋଧେ ନେଟଫ୍ଲିକ୍ସର ପାସୱାର୍ଡ ମାଗୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe